ବେଆଇନ୍‌ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଜବତ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ସୂଚନା ଦେଇଛନ୍ତି।