ବୃହତ୍‌ ବିଜୟ ସହ ଇଂଲଣ୍ଡର ଅଭିଯାନ

ଲଣ୍ଡନ, ୩୧।୫(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ବୃହତ୍‌ ବିଜୟ ସହ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ବୃହତ୍‌ ୧୦୪ ରନରେ ପରାସ୍ତ କରିଛି। ଗୁରୁବାର ସ୍ଥାନୀୟ କନିଂଟନ ଓଭାଲ ଗ୍ରାଉଣ୍ଡରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ୨୦୭ ରନ କରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଥିଲା। ୧୨ ରନ ବ୍ୟୟ କରି ୨ ଉଇକେଟ ନେବା ସହ ସର୍ବାଧିକ ୮୯ ରନ (୭୯ ବଲ, ୯ ଚୌକା) କରିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୩୧୨ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଓପନର ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ୬୮ ରନ (୭୪ ବଲ, ୬ ଚୌକା, ୨ ଛକା) ଓ ରାସି ଭାନ ଡେର ଡୁସେନ ୫୦ ରନ(୬୧ ବଲ, ୪ ଚୌକା, ୧ ଛକା)ର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଆଣ୍ଡିଲ ଫେଲୁକ୍ୱାୟୋ ୨୫ ବଲରୁ ୪ ଚୌକା ସହ ୨୪ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାସିମ ଅମାଲା ୧୩, ଏଡେନ ମାରାକ୍ରାମ ୧୧, ଅଧିନାୟକ ଫାଫ ଡୁପ୍ଲେସି ୫, ଜେପି ଡୁମିନି ୮, ଡ୍ବେନ ପ୍ରିଟୋରିୟସ୍‌ ୧, କାଗିସୋ ରାବାଡ଼ା ୧୧ ଓ ଇମ୍ରାନ ତାହିର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଲୁନ୍‌ଗି ଏନ୍‌ଗିଡି ୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୩, ଲିଅମ ପ୍ଲଙ୍କେଟ ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ, ଆଦିଲ ରସିଦ ଓ ମୋଇନ ଅଲି ଗୋଟିଏ କରି ଉଇକେଟ ହାସଲ କରିଥିଲେ।
ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଆରମ୍ଭରୁ ଝଟ୍‌କା ଖାଇଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଓପନର ଜନୀ ବେୟାରଷ୍ଟୋ ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଶିକାର ହୋଇଥିଲେ। ବେୟାରଷ୍ଟୋଙ୍କୁ ବାଦ୍‌ ଦେଲେ ଇଂଲଣ୍ଡ ଟପ୍‌ ଅର୍ଡର ୪ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ଓପନର ଜାସନ ରଏ, ଜୋ ରୁଟ, ଅଧିନାୟକ ଇଅନ ମୋର୍ଗାନ ଓ ବେନ୍‌ ଷ୍ଟୋକ୍ସ ଦମ୍‌ଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଜାସନ ୫୩ ବଲରୁ ୮ ଚୌକା ସହ ୫୪, ରୁଟ୍‌ ୫୯ ବଲରୁ ୫ ଚୌକା ସହ ୫୧, ମୋର୍ଗାନ ୬୦ ବଲରୁ ୪ ଚୌକା ଓ ୩ ଛକା ସହ ୫୭ ରନ କରି ଆଉଟ୍‌ ହୋଇଥିଲେ। ଷ୍ଟୋକ୍ସ ୭୯ ବଲରୁ ୯ ଚୌକା ସହ ଦଳ ତରଫରୁ ସର୍ବାଧିକ ୮୯ ରନ ସଂଗ୍ରହ କରିଥିଲେ। ବଡ଼ ସ୍କୋର ହାସଲ କରିଥିଲେ ମଧ୍ୟ ଦଳ କିନ୍ତୁ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୧୮, ମୋଇନ ଅଲି ୩, କ୍ରିସ୍‌ ଓ୍ବକ୍ସ ୧୩ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଲିୟମ ପ୍ଲଙ୍କେଟ ୯ ଓ ଜୋଫ୍ରା ଆର୍ଚର ୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଲୁନ୍‌ଗି ଏନ୍‌ଗିଡି ସର୍ବାଧିକ ୩, ଇମ୍ରାନ ତାହିର ଓ କାଗିସୋ ରାବାଡ଼ା ୨ଟି ଲେଖାଏ, ଆଣ୍ଡିଲ ଫେଲୁକ୍ୱାୟୋ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୫୦ ଓଭରରେ ୩୧୧/୮
(ଷ୍ଟୋକ୍ସ- ୮୯, ମୋର୍ଗାନ- ୫୭, ଜାସନ- ୫୪, ରୁଟ- ୫୧, ଏନ୍‌ଗିଡି- ୩/୬୬, ତାହିର- ୨/୬୧, ରାବାଡ଼ା- ୨/୬୬ )।
ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ୨୦୭ ଅଲ୍‌ଆଉଟ୍‌
(ଡିକକ- ୬୮, ଡୁସେନ- ୫୦, ଫେଲୁକ୍ୱାୟୋ- ୨୪, ଆର୍ଚର- ୩/୨୭, ପ୍ଲଙ୍କେଟ- ୨/୩୭, ଷ୍ଟୋକ୍ସ- ୨/୧୨)।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri