Categories: ଫୁରସତ

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀ। ସେ ‘ଫେସ୍‌ ଆପ୍‌’ ବ୍ୟବହାର କରି ନିଜ ବୃଦ୍ଧାବସ୍ଥାର ଏକ ଫଟୋ ଶେୟାର କରିଛନ୍ତି। ଫ୍ୟାନ୍‌ମାନେ ଏହି ଫଟୋ ଦେଖି ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ରାଜନୀତିକୁ ଅସିବା ପୂର୍ବରୁ ସ୍ମୃତି ଜଣେ ଅଭିନେତ୍ରୀ ଥିଲେ। ଲୋକପ୍ରିୟ ଧାରାବାହିକ ‘ଶାଶ୍‌ ଭି କଭି ବୋହୂ ଥି’ରେ ତୁଲସୀ ଭୂମିକାରେ ଘରେ ଘରେ ପରିଚିତ ଲାଭ କରିଥିଲେ।

Share