ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ହାଟ ପାଳିରେ ଏପରି ବ୍ୟବସ୍ଥା କରାଯାଇ ନ ଥିବାରୁ ବେପାରୀ ଓ ଲୋକମାନଙ୍କ ସଂଖ୍ୟା କମ୍‌ ଥିଲା। ଆଜି ତହସିଲଦାର ନିଜେ ଉପସ୍ଥିତ ରହି ସାମାଜିକ ଦୂରତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛନ୍ତି। ପୋଲିସ କର୍ମଚାରୀମାନେ ଲୋକମାନଙ୍କୁ ବୃତ୍ତ ଚିହ୍ନ ମଧ୍ୟରେ ରହି ସାମଗ୍ରୀ କିଣିବାକୁ କହିଥିଲେ।