ବୃକ୍ଷ ପ୍ରତି ସମର୍ପିତ ଅନିଲ

ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ କହନ୍ତି, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଗଛ ବଞ୍ଚିଲେ ଯାଇ ଆମ ପରିବେଶ ସୁରକ୍ଷିତ ରହିବ। ଏହି ବାର୍ତ୍ତା ବାଣ୍ଟି ସେ ସମସ୍ତଙ୍କୁ ସଚେତନ କରିଆସୁଛନ୍ତି। ଏଥିସହ ସେ ଶିକ୍ଷକତା କରୁଥିବା ବିଦ୍ୟାଳୟ ପରିସରରେ ବିଭିନ୍ନ ଫୁଲ, ଫଳ ଗଛ ଲଗାଇ ପରିବେଶ ନିଆରା କରି ଗଢ଼ି ତୋଳିଛନ୍ତି। ଅନିଲ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଅନିଲଙ୍କ ଘର ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ ଜଗନ୍ନାଥବାଡ଼ି ଗଁାରେ। ସେ ଉଚ୍ଚଶିକ୍ଷା ଲାଭ କରି ୨୦୦୯ରେ ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୧୦ରୁ ସେ ବିଦ୍ୟାଳୟ ପରିସରରେ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ସେବେଠାରୁ ସେ ଏହାକୁ ନିଜ କର୍ତ୍ତବ୍ୟର ଏକ ଅଂଶ ଭାବି ବିଭିନ୍ନ ଅଞ୍ଚଳରେ ଗଛ ଲଗାଇ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇଥିବା କହନ୍ତି। ସେ ଲଗାଇଥିବା ଆମ୍ବ ଗଛରେ ଚଳିତବର୍ଷ ପ୍ରଥମ ଥର ଆମ୍ବ ଫଳିଛି। ଆଉ ଦୁଇବର୍ଷ ହେଲା ନଡ଼ିଆ ଫଳୁଛି। ପ୍ରତିବର୍ଷ ପାଚିଲା କଦଳୀ ମଧ୍ୟ ତୋଳା ଯାଉଛି। ଏସବୁ ଗଛକୁ ଛାଡ଼ିଦେଲେ ବିଦ୍ୟାଳୟ ପ୍ରାଙ୍ଗଣରେ ସେ ସୃଷ୍ଟି କରିଛନ୍ତି ସୁନ୍ଦର ଫୁଲ ବଗିଚା। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ବଗିଚାରେ ଅଶୋକ, ମନ୍ଦାର, ଗୋଲାପ, ଗେଣ୍ଡୁ, ଚମ୍ପା, କରବୀର, ବକର ମଲ୍ଲିଆ, କନିଅର ଆଦି ବିଭିନ୍ନ ପ୍ରଜାତିର ଫୁଲ ଗଛ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ବିଦ୍ୟାଳୟର ବିଭିନ୍ନ ପାର୍ଶ୍ୱରେ ସେ ପନିପରିବା ଚାଷ କରିଛନ୍ତି। ଅମୃତଭଣ୍ଡା, କଞ୍ଚା କଦଳୀ, ସଜନା ବ୍ୟତୀତ ବିମ୍‌, ବାଇଗଣ, ବିଲାତି ବାଇଗଣ, ପାଳଙ୍ଗ, କୋଶଳା ଆଦି ଶାଗ ଋତୁକାଳୀନ ପରିବା ଗଛ ଲଗାଉଛନ୍ତି। ବର୍ଷ ସାରା ପିଲାମାନଙ୍କ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଏହା ସହାୟକ ହୋଇପାରୁଛି। ଏଥିପାଇଁ ସେ ଛାତ୍ରୀଛାତ୍ର, ଶିକ୍ଷକ ଅଭିଭାବକମାନଙ୍କ ଗହଣରେ ପ୍ରିୟଭାଜନ ହୋଇପାରିଛନ୍ତି।
ବିଦ୍ୟାଳୟରେ କ୍ଲାସ ଆରମ୍ଭ ପୂର୍ବରୁ ଓ ସରିବା ପରେ ତାଙ୍କ ହାତରେ ଥାଏ କୋଡ଼ି, କୋଦାଳ ଆଉ ଶାବଳ। ପ୍ରତିଦିନ ଏହି ସମୟରେ ସେ ମାଟି ହାଣିବାଠାରୁ ଆରମ୍ଭ କରି ଗଛ ଲଗାଇବା, ପାଣି ଦେବା ଓ ଲଗାଇଥିବା ଗଛର ଯତ୍ନ ନେବାରେ ଲାଗିପଡ଼ନ୍ତି। ତାଙ୍କର ଏହି ଶ୍ରମ ତାଙ୍କୁ ଗଛ ମଣିଷର ପରିଚୟ ଦେଇଛି। ବର୍ତ୍ତମାନର ପରିସ୍ଥିତିରେ ଚାରାରୋପଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ସେ କହନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri