Posted inଖେଳ

ବୁଶଫାୟାର ମ୍ୟାଚ୍‌ ଜିତିଲା ପଣ୍ଟିଂ ଏକାଦଶ

ମେଲବୋର୍ନ,୯।୨- କ୍ରିକେଟର ବହୁ କିମ୍ବଦନ୍ତୀ ପୂର୍ବତନ ଖେଳାଳି ଏକାଠି ହୋଇଥିଲେ। ରବିବାର ଜଙ୍କଶନ ଓଭାଲରେ ଅନୁଷ୍ଠିତ ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ ୧ ରନ୍‌ରେ ଗିଲଖ୍ରିଷ୍ଟ ଏକାଦଶକୁ ହରାଇ ଦେଇଛି। କ୍ୟାରିୟରରେ ପ୍ରାୟତଃ ବୋଲିଂ କରି ନ ଥିବା ମାଥ୍ୟୁ ହେଡେନ ଖାଲି ପାଦରେ ବୋଲିଂ କରିବା ଉଲ୍ଲେଖନୀୟ ଘଟଣା ଥିଲା। ମ୍ୟାଚ୍‌ରୁ ଆୟ ୭୭ ନିୟୁତ ଅଷ୍ଟ୍ରେଲିଆନ ଡଲାର ଜଙ୍ଗଲରେ ନିଆଁ କ୍ଷୟକ୍ଷତି ପୂରଣ ପାଇଁ ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯାଇଛି।
୧୦ ଓଭରିଆ ମ୍ୟାଚ୍‌ରେ ୧୦୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଗିଲଖ୍ରିଷ୍ଟ ଏକାଦଶ ପାଇଁ ଶେନ ଓ୍ବାଟଶନ(୩୦) ଓ ଆଡାମ ଗିଲଖ୍ରିଷ୍ଟ ୩ ଓଭରରେ ୪୯ ରନ୍‌ କରିଥିଲେ। ଚତୁର୍ଥ ଓଭରରେ ଲୁକ ହଜ ପ୍ରତିପକ୍ଷ ଦଳର ଅଧିନାୟକ ଗିଲଖ୍ରୀଷ୍ଟ (୧୭)ଙ୍କୁ ଆଉଟ୍‌ କରିଥିଲେ। ଫଳରେ ଯୁବରାଜ ସିଂ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ। କିଛି ସମୟରେ ବ୍ରେଟ ଲି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ବ୍ରାଡ ହଜ (୦) ଓ ଯୁବରାଜ (୨)ଙ୍କୁ ଆଉଟ୍‌ କରି ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ୨୯ ରନ୍‌ର ଚିତାତ୍କର୍ଷକ ଇନିଂସ ଖେଳି ପିଚ୍‌ ଛାଡ଼ିଥିଲେ। କିନ୍ତୁ ପରେ କାମେରନ ସ୍ମିଥ (୫) ଓ ନିକ ରିଓ୍ବଲଟ (୯)ଙ୍କ ଯୋଗଦାନ ସତ୍ତ୍ୱେ ଦଳ ବିଜୟଲକ୍ଷ୍ୟଠାରୁ ଦୁଇ ରନ୍‌ ପଛରେ ପଡ଼ିଯାଇଥିଲା। ଗିଲଖ୍ରୀଷ୍ଟ ଏକାଦଶ ୧୦ଓଭରରେ ୬ ଉଇକେଟ ହରାଇ ୧୦୩ ରନ୍‌ କରିଥିଲା। ଏଥିପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପଣ୍ଟିଂ ଏକାଦଶ ଆରମ୍ଭରୁ ଜଷ୍ଟିନ ଲାଙ୍ଗର (୬)ଙ୍କ ଉଇକେଟ ହରାଇଥିଲା। ପରେ ମାଥ୍ୟୁ ହେଡେନ ଓ ରିକି ପଣ୍ଟିଂ ଦ୍ୱିତୀୟ ଉଇକେଟ ପାଇଁ ୨୯ ରନ୍‌ ଯୋଡ଼ିଥିଲେ। ହେଡେନ (୧୬)ଙ୍କୁ ୫ମ ଓଭରରେ ଆଉଟ୍‌ କରି ଭାରତୀୟ ଅଲରାଉଣ୍ଡର ଯୁବରାଜ ଦଳକୁ ଆବଶ୍ୟକୀୟ ବ୍ରେକ ଥ୍ରୁ ଯୋଗାଇଥିଲେ। ପରେ ପଣ୍ଟିଂ ୨୬ ଓ ବ୍ରାୟନ ଲାରା (୩୦)ଙ୍କ ଯୋଗୁ ଦଳ ୧୦ ଓଭରରେ ୫ ଉଇକେଟ ହରାଇ ୧୦୪ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri