ବୁଲ୍‌ବୁଲ୍‌ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ରାଜନଗର,୧୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ବୁଲ୍‌ବୁଲ୍‌ ବାତ୍ୟାର ସମୀକ୍ଷା କରିଛନ୍ତି। ଜିଲାର ସବୁଠୁ କ୍ଷୟକ୍ଷତି ଅଞ୍ଚଳ ଭାବରେ ରାଜନଗର ଚିହ୍ନଟ ହୋଇଛି। ୧୩ ତାରିଖ ସୁଦ୍ଧା ରାଜନଗର ଅଞ୍ଚଳରେ କେତେ ଘର ଭାଙ୍ଗିଛି। ଜାତୀୟ ଉଦ୍ୟାନରେ କି କ୍ଷତି ହୋଇଛି। କେତେ ପରିମାଣରେ ଧାନଫସଲ ନଷ୍ଟ ହୋଇଛି। ଏ ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ରାଜନଗର ତହସିଲଦାର, ବିଡିଓ, ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।