ବୁଲ୍‌ବୁଲ୍‌ ପ୍ରଭାବ: ଧାନଚାଷ ଉଜୁଡ଼ିବା ଆଶଙ୍କା, ଚିନ୍ତାରେ ଚାଷୀ

ପାଟକୁରା,୯।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ଏ ନେଇ ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶନିବାର ମଧ୍ୟାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍‌ ହେବା ସହ ପବନ ଟିକେ କମିଛି। ମାତ୍ର ବର୍ଷାରେ ଧାନଗଛ ପାଣିରେ ଶୋଇଯାଇଥିବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଆଉ ଦିନ କେତେଟା ପରେ ଧାନ ଅମଳ ହେବାକୁ ଥିବା ବେଳେ ବୁଲ୍‌ବୁଲ୍‌ ପ୍ରଭାବରେ ଫସଲ ଉଜୁଡ଼ିବା ନେଇ ଚାଷୀକୁଳ ଚିନ୍ତାରେ ଥିବା କହିଛିନ୍ତି। ବିଶେଷକରି ବେରାଡ଼ି, ପଦ୍ମପୁର, ପାଟକୁରା, ଗରଦପୁର ଆଦି ଅଞ୍ଚଳରେ ଧାନଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି।