‘ବୁଲ୍‌ବୁଲ୍‌’: ପୁରୀବାସୀଙ୍କୁ ଘାରିଲା ଚିନ୍ତା

ପୁରୀ ଅଫିସ/କାକଟପୁର, (ଡି.ଏନ୍‌.ଏ.)୬ା୧୧:‘ଫନୀ’ର କ୍ଷତ ଶୁଖି ନ ଥିବାବେଳେ ପୁରୀ ଜିଲାବାସୀ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ବାତ୍ୟା ‘ବୁଲ୍‌ବୁଲ’ ଯୋଗୁ ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଯଦିଓ ଏହାର ସ୍ଥିତି ଏବଂ ଗତିପଥ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ଆକଳନ କରାଯାଇ ପାରିନାହିଁ ତଥାପି ଏହାକୁ ନେଇ ଉପକୂଳବାସୀଙ୍କୁ ଭୟ ଘାରିଛି। ନିକଟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜଳମଗ୍ନ ହୋଇଯାଇଥିବା ଚାଷ ଜମିରୁ ପାଣି ଭଲ ଭାବେ ନିଷ୍କାସିତ ହୋଇପାରି ନାହିଁ। ଏପରିସ୍ଥିତିରେ ବାତ୍ୟା ଆସୁଥିବା ଶୁଣି ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି।
ଉପକୂଳବର୍ତ୍ତୀ ପୁରୀ ଜିଲା ଚାଷୀଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ ଧାନ ଚାଷ। ଅନେକ ସ୍ଥାନରେ ପରିବା ଚାଷ ମଧ୍ୟ କରାଯାଉଛି। ଗତ ମାସ ୨୨, ୨୩ ଓ ୨୪ ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷା ଜିଲାର ଅଧିକାଂଶ ଚାଷ ଜମିକୁ ବୁଡାଇ ଦେଇଥିଲା। ବିଶେଷକରି କୃଷ୍ଣପ୍ରସାଦ ବ୍ଲକ, ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ, କଣାସ, ଅସ୍ତରଙ୍ଗ, କାକଟପୁର ଆଦି ବ୍ଲକରେ ପ୍ରବଳ ବର୍ଷା ହୋଇଥିବାରୁ ଚାଷ ଜମିରେ ପାଣି ଭର୍ତ୍ତି ହୋଇଥିଲା। ଗର୍ଭଣା ଧାନ ପାଣିରେ ବୁଡି ଥିବାରୁ ଚାଷୀକୂଳ ବ୍ୟତିବ୍ୟସ୍ତ ହୋଇପଡିଥିଲେ। କେତେକ ବ୍ଲକରେ ପାଚିଲା ଧାନ ପାଣିରେ ବୁଡି ରହିଥିବାବେଳେ କୃଷ୍ଣପ୍ରସାଦ ବ୍ଲକରେ ଜମିରେ ଧାନ ଗଜା ହୋଇଥିଲା। ସେହିପରି ଜିଲାରେ ବ୍ୟାପକ ପନିପରିବା ମଧ୍ୟ ବର୍ଷା ଯୋଗୁ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର ପରିମାଣ କେତେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଗତ ଲୁଘଚାପ ବର୍ଷାର ପାଣି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜମିରୁ ଛାଡିନି। ଏବେ ପୁଣି ଏକ ବାତ୍ୟା ଭୟ ଦେଖାଇଛି। ଆସନ୍ତା ୯ ଓ ୧୦ ତାରିଖରେ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଚାଷୀମାନଙ୍କୁ ମଧ୍ୟ ସରକାର ସତର୍କ କରାଇ ଦେଇଛନ୍ତି। ବର୍ଷା ପୂର୍ବରୁ ପାଚିଲା ଧାନ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଥିବା ବେଳେ ଜମିରୁ ପାଣି କାଢିବା ପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଛାଡିବା ପରେ ଧାନରେ ପୋକ ଲାଗିବା ସମ୍ଭାବନା ରହିଛି ବୋଲି ଚାଷୀଙ୍କୁ ସତର୍କ କରାଯାଇଥିବାରୁ ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାର ଭୟ ଏବେ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି।
ପୁରୀ ଜିଲାର ସବୁ ବ୍ଲକର ଚାଷୀ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି। କାକଟପୁର ବ୍ଲକର ନାଶିକେଶର, ବାଙ୍ଗୁରିଙ୍ଗା, କାଦୁଆ ନୂଆଗଁା, ଅବଦାନ ପ୍ରଭୃତି ନଦୀକୁଳିଆ ପଞ୍ଚାୟତଗୁଡ଼ିକର ଚାଷୀ ଜମିରୁ ଗତ ଲଘୁଚାପ ବର୍ଷା ଜଳ ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ ହୋଇନାହିଁ। ଯଦି ବାତ୍ୟା ଯୋଗୁ ଲଗାଣ ବର୍ଷା ହୁଏ ପୁଣି ଜମି ଜଳମଗ୍ନ ହେବା ସହିତ ଧାନ ଫସଲ ନଷ୍ଟ ହୋଇଯିବ ବୋଲି କହିଛନ୍ତି କୁଣ୍ଢେଇ ଗ୍ରାମର ଚାଷୀ ନରେନ୍ଦ୍ର ପାଇଟାଳ। ସେହିପରି ଅସ୍ତରଙ୍ଗ ବ୍ଲକର ଉଦୟକଣୀଠାରେ ସମୁଦ୍ର ସ୍ଥଳ ଭାଗକୁ ମାଡି ଆସିବା କାରଣରୁ ଶିଶୁଅ, ସରିପୁର ପଞ୍ଚାୟତର ୬ଟି ଗଁାରେ ଲୁଣା ଜୁଆର ମାଡି ଯାଇଥିଲା। ତାହା ନିଷ୍କାସିତ ହୋଇଥିବା ବେଳେ ପୁଣି ସମ୍ଭାବନ୍ୟ ବାତ୍ୟା ଫଳରେ ସମୁଦ୍ର ଲୁଣା ଜୁଆର ସ୍ଥଳ ଭାଗକୁ ମାଡି ଆସିବ ବୋଲି ଉପରୋକ୍ତ ପଞ୍ଚାୟତର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ଅପରପକ୍ଷେ ଦେବୀ ନଦୀ ପଠାରେ ଚାଷୀମାନେ କରିଥିବା ୫୦ ଏକରରୁ ଊର୍ଦ୍ଧ୍ୱ ପନିପରିବା ଗତ ଲଘୁଚାପ ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ପୁଣିଥରେ ପରିବା ଚାଷ ଆରମ୍ଭ କରୁଥିବା ବେଳେ ବାତ୍ୟା ଖବର ସେମାନଙ୍କ ନିଦ ହଜାଇ ଦେଇଛି ବୋଲି କୁହନ୍ତି ନଗର ଗ୍ରାମର ବାବାଜୀ ବେହେରା। ଧାର କରଜ କରି ଚାଷ କରିଥିବା ବେଳେ ଯଦି ଉଜୁଡିଯାଏ ତେବେ କଣ କରିବେ ସେହି ଚିନ୍ତା ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri