Posted inଖେଳ

ବୁଲ୍‌ଗେରିଆନ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଭାରତକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ, ୨ବ୍ରୋଞ୍ଜ

ପାଜାର୍ଡଝିକ୍‌ (ବୁଲ୍‌ଗେରିଆ ), ୧୨ା୮ (ପି.ଟି.)-ବୁଲ୍‌ଗେରିଆନ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ସହ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ ବ୍ରୋଞ୍ଜ ସହ ମୋଟ ୬ଟି ପଦକ ଜିତିଛନ୍ତି। ମହିଳା ସିଙ୍ଗଲ୍ସ କାଟେଗୋରିରେ ସାମିୟା ଇମାଦ୍‌ ଫାରୁକି ରୁଷିଆର ଆନାସ୍ତାସିଆ ଶାପୋଭାଲୋଭାଙ୍କୁ ୯-୨୧, ୨୧-୧୨, ୨୨-୨୦ରେ ହରାଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିପରି ମିକ୍ସଡ ଡବଲ୍ସ ଫାଇନାଲରେ ଏଡ୍‌ଭିନ ଜୟ ଓ ଶ୍ରୁତି ମିଶ୍ର ଯୋଡ଼ି ଦ୍ୱିତୀୟ ସିଡ୍‌ ବ୍ରିଟିଶ ଯୋଡ଼ି ବ୍ରାଣ୍ଡନ ଝି ହାଓ ଓ ଆବିଗେଲ୍‌ ହାରିସଙ୍କୁ ୨୧-୧୪, ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତନିଶା କ୍ରାଷ୍ଟୋ ଏବଂ ଅଦିତି ଭଟ୍ଟ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଯୋଡ଼ି ଫାଇନାଲରେ ଟପ୍‌ ସିଡ୍‌ ବେଙ୍ଗିିସୁ ଏର୍ସେଟିନ୍‌ ଓ ଜେହରା ଏର୍ଡଫିମ୍‌ଙ୍କୁ ୨୧-୧୫, ୧୮-୨୧ ୨୧-୧୮ରେ ହରାଇ ଦେଇଛନ୍ତି। ପୁରୁଷ ଡବଲ୍ସ ଯୋଡ଼ି ଈଶାନ୍ତ ଭଟ୍ଟନାଗର ଏବଂ ବିଷ୍ଣୁବର୍ଦ୍ଧନ ଫାଇନାଲରେ ବ୍ରିଟିଶ ଯୋଡ଼ ଓ୍ବିଲିୟମ ଜୋନ୍ସ ଏବଂ ବ୍ରାଣ୍ଡନ ଝି ହାଓଙ୍କଠାରୁ ୧୯-୨୧, ୧୮-୨୧ରେ ପରାସ୍ତ ହେବା ଦ୍ୱାରା ରୌପ୍ୟ ପାଇଥିଲେ। ଅନ୍ୟ ସିଙ୍ଗଲ୍ସ ଇଭେଣ୍ଟଗୁଡ଼ିକରେ ମାଳବିକା ବନ୍‌ସୋଡ୍‌ ସେମିଫାଇନାଲରେ ଦ୍ୱିତୀୟ ସିଡ୍‌ ଆନାସ୍ତାସିଆ ଶାପୋଭାଲୋଭାଙ୍କଠାରୁ ୧୩-୨୧, ୧୫-୨୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ମିରାବା ଲୁଓ୍ବାଙ୍ଗ ରୁଷିଆର ଗେଓର୍ଗି କାପରୋଭଙ୍କଠାରୁ ୧୯-୨୧, ୨୧-୧୨, ୧୮-୨୧ରେ ପରାଜିତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri