ବୁଲି ଯିବାର ପ୍ଲାନିଂ ଥିଲେ…

କେଉଁଠିକି ବୁଲିଯିବାର ଥିଲେ ମନରେ ଯେତିକି ଉତ୍ସାହ ରହିଥାଏ,ତା’ ଠୁ ଜିନିଷପତ୍ରକୁ ଠିକ୍‌ଭାବେ ପ୍ୟାକ୍‌ କରିବାକୁ ନେଇ ଅଧିକ ଚିନ୍ତା ଥାଏ । ସାଧାରଣତଃ ଜିନିଷପତ୍ରକୁ ସଜାଇ ନ ରଖିଲେ ଠିକ୍‌ ସମୟରେ ଖୋଜିଲା ବେଳେ ସେଗୁଡିକ ସହଜରେ ମିଳି ନ ଥାଏ। ଆସନ୍ତୁ ଜାଣିବା ଟ୍ରାଭେଲ ସମୟରେ ଜିନିଷ ପ୍ୟାକିଂ କରି କେଉଁଠି ରଖିବେ ଓ କାହିଁକ…

ପ୍ରଥମେ ସୁଟ୍‌କେସ୍‌କୁ ତଳେ ପୂରା ଖୋଲା କରି ରଖନ୍ତୁ।
ମୋଜାକୁ ଜୋତା ଭିତରେ ରଖିଦିଅନ୍ତୁ। ଏହାପରେ ଜୋତାକୁ ସୁଟ୍‌କେସ୍‌ରେ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ମୋଜା ହଜିବ ନାହିଁ ଓ ଜୋତା ବି ହଜିବ ନାହିଁ।
ଜୋତା ଉପରେ ମୋଟା କପଡ଼ା ଯେମିତି ଜିନ୍ସ,ସ୍ବେଟରର ଛୋଟ ଛୋଟ ଫୋଳ୍ଡ କରି ତଳେ ରଖନ୍ତୁ ,ଏହାଦ୍ୱାରା ଆପଣଙ୍କ ସୁଟ୍‌କେସ୍‌ରେ ଅଧିକ ଜାଗା ରହିବ।
ଯଦି ଆପଣଙ୍କ ପାଖରେ ଏମିତି ଜିନିଷ ଅଛି ଯାହା ସହଜରେ ଭାଙ୍ଗିଯିବ,ତେବେ ଏହି ଜିନିଷକୁ ମଝି ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜିନିଷ ସୁରକ୍ଷିତ ରହିବ।
ଏହାପରେ ଟି ଶାର୍ଟ,ସ୍କାର୍ଫ ଆଦିକୁ ଫୋଲ୍ଡ କରି ରଖନ୍ତୁ।
ଭଲ ହେବ କପଡ଼ାକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଫୋଲ୍ଡ କରି ରଖନ୍ତୁ,ଏହାଦ୍ୱାରା ଗୋଟିଏ କପଡ଼ାର ରଙ୍ଗ ଅନ୍ୟ କପଡ଼ାରେ ଲାଗିବ ନାହିଁ। ଏହା ସହ କପଡ଼ା ମଧ୍ୟ ଲୋଚାକୋଚା ହେବ ନାହିଁ।
ରୁମାଲ ଓ ଛୋଟ ଛୋଟ ଜିନିଷକୁ ହାତ ପାଖ ଛୋଟ ପର୍ସରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri