ବୁଲା ପ୍ରାଣୀଙ୍କ ସାହାରା ସାଜିଛନ୍ତି କାଳିଆ ଭାଇ

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସମସ୍ତ ଦୋକାନ, ବଜାର ଓ ହୋଟେଲ ବନ୍ଦ ରହିଥିବାରୁ ବୁଲୁଥିବା ପ୍ରାଣୀମାନେ ଖାଇବାକୁ ନ ପାଇ ଭୋକରେ ଡହଳବିକଳ ହେଉଛନ୍ତି। ଏହି ସମୟରେ ସେମାନଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ନିଶ୍ଚିନ୍ତକୋଇଲି ଗ୍ରାମର ଜ୍ୟୋତିରଞ୍ଜନ ସାହୁ(କାଳିଆ ଭାଇ)। ଦୀର୍ଘ ୧୦ ଦିନ ହେଲା ସେ ଭୋକ ଉପାସରେ ରହୁଥିବା କୁକୁର, କାଉ ଓ ଅନ୍ୟ ପ୍ରାଣୀଙ୍କୁ ଦିନକୁ ୨ ଥର ଖାଇବାକୁ ଦେଉଛନ୍ତି। କାଳିଆଭାଇ ନିଶ୍ଚିନ୍ତକୋଇଲି ବଜାରରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏହାକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।