ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବୁଲା କୁକୁର ସହ ଖେଳୁଥିବା ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ବିରାଟ ଏବଂ ଅନ୍ୟଟିରେ ସେ ନିଜେ କୁକୁରକୁ ଧରିଥିବା ଦେଖାଯାଇଛି। ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି। ପୂର୍ବରୁ ବିରୁଷ୍କା ଭୁଟାନରେ ବାଛୁରୀକୁ ଘାସ ଖୁଆଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିରାଟ କୋହଲିଙ୍କ ୩୧ତମ ଜନ୍ମଦିବସ ପାଳନ ପାଇଁ ଉଭୟ ଭୁଟାନ ଯାଇଥିଲେ। ସେଠାରୁ ହିମାଳୟ ପର୍ବନ ମଧ୍ୟ ଯାଇଥିବାର ଫଟୋ ଇନ୍‌ଷ୍ଟାଗ୍ରାମରେ ବିରୁଷ୍କା ଶେୟାର କରିଥିଲେ।

Share