ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର, ସଭ୍ୟ ଟିକିନା ମହାରଣା, ସରୋଜ ମହାରଣା, ପିଙ୍କୁ ମହାରଣା, ଶିବ ମହାରଣା ପ୍ରମୁଖ ଏହି କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ସରିବା ପର୍ଯ୍ୟନ୍ତ ଏପରି ଚାଲିବ ବୋଲି ସମ୍ପାଦକ ମହାପାତ୍ର କହିଛନ୍ତି। ଅନ୍ୟ ଏକ ସଂସ୍ଥା ସ୍ମାଇଲ୍‌ କ୍ଲବ ସଦସ୍ୟ ଜଗା ପାଟ୍ଟଯୋଶୀ ଙ୍କ ସହଯୋଗରେ କର୍ତ୍ତବ୍ୟରତ ପୋଲିସମାନଙ୍କୁ ଛତା ବଣ୍ଟନ କରାଯାଇଛି। ଏନ୍‌ଏସି ତରଫରୁ ମଧ୍ୟ ରାଶନ ବଣ୍ଟନ କରାଯାଉଛି।