ବୁଲବୁଲ ପ୍ରଭାବ: ଗଛ ଉପୁଡ଼ି ଭଦ୍ରକ-ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ

ଆରଡ଼ି,୯।୧୧( ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ ବାତ୍ୟା ବୁଲ୍‌ବୁଲ୍‌ର ତାଣ୍ଡବ ଜାରିରହିଛି। ଶୁକ୍ରବାର ରାତିରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି। ବୁଲ୍‌ବୁଲ୍‌ ପ୍ରଭାବରେ ଆରଡ଼ି ଅଞ୍ଚଳରେ ଥିବା ଆରଡ଼ି, ସୁନ୍ଦରପୁର, ଓଳଗ, ନାନ୍ଦପୁର, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତର ପ୍ରାୟ ୬୦ ଗାଁର ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ସହ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି । ଆରଡ଼ି ପାନ୍ଥଶାଳା ନିକଟରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଭଦ୍ରକ – ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।