ବୁଲ୍‌ବୁଲ୍‌ ପ୍ରଭାବରେ ବଢୁଛି ପବନର ବେଗ, ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦ୍ରକ ଅଫିସ, ୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରୁଛି। ସମୟ ଯେତେ ବଢ଼ୁଛି ଲୋକେ ସେତେ ଆତଙ୍କିତ ହେଉଛନ୍ତି। ଚାନ୍ଦବାଲି ବ୍ଲକର ୪୦୦ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳରେ କିଛି ଗଛ ଉପୁଡ଼ିପଡ଼ିଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ଗଛକଟା କାମରେ ଲାଗିପଡ଼ିଛନ୍ତି I