Posted inବରଗଡ଼

ବୁରୁଧ୍‌ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ

ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ପରଶାସନର ବୁରୁଧ୍‌ ଦମ୍ପତିକୁଁ ସାହାଯ୍‌ର ହାତ ବଢ଼େଇଛେ।
ସୂଚନା ହିସାବେ ମହୁଲପାଲିର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ତାକର ମାଏକିନା ସାଲିଣୀ ବଏସର ଶେଷ ମୁଡ଼ସାକେ ପୁହୁଁଚି ସାରିଛନ୍‌। ହେଲେ ଏଭ୍‌ତକ ସେମାନେ ସରକାରକଁର ଭତା ଯୋଜନାରେ ସାମିଲ ହେଇ ନାଇଁପାରି। ଯେନ୍‌ଥିରଲାଗି ବୁରୁଧ୍‌ ଦମ୍ପତି ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଏନ୍‌ତା କି ଘନ ଭତାର ଲାଗି ପାଖାପାଖି ୧୦ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଥିଲେ। ଇ ବାବ୍‌ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବର ପଢ଼ି ଜିଲା ଆଇନ୍‌ ସେବା ପ୍ରାଧିକରଣ ସଚିବ ନୀଳିମା ପଣ୍ଡାକଁର ନିରଦେଶରେ ପିଏଲ୍‌ବି ଚନ୍ଦ୍ରଶେଖର ପ୍ରଧାନ ମହୁଲପାଲିରେ ପୁହୁଁଚିଥିଲେ। ସେ ଘନକଁର ଘରକେ ଯାଇ ତାକର ଦୁଖ୍‌ସୁଖ ବୁଝବାର ସଂଗେ ଭତାର ଲାଗି ଆବେଦନ ପତରରେ ଦସ୍‌ଖତ ନେଇଛନ୍‌। ଆବେଦନ ପତର ଡିଏସ୍‌ଏସ୍‌ଓକୁଁ ଦେଇ ଯେତେ ଜଲଦି ହେବା ଭତା କରାବାର ବେବସ୍‌ତା କରାଯିବା ବଲି ପିଏଲ୍‌ବି ପଧାନ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

ଆଇଆଇଟି-ଜେଇଇ ମେନ୍‌ ପରୀକ୍ଷା: ବରଗଡ଼ କ୍ରୀଷ୍ଣା ବିକାଶର ସଫଳତା

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆଇଆଇଟି-ଜେଇଇ(ମେନ୍‌) ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରୀଛାତ୍ର ଉଲ୍ଲେଖନୀୟ…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri