ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଦକ୍ଷିଣ ଆଫ୍ରିକୀୟ ଓପ୍‌ନର ହାସିମ ଅମ୍‌ଲା ଓ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ନେଇଛନ୍ତି। ଏଥିଯୋଗୁ ତାଙ୍କ କ୍ୟାରିୟରର ଉଇକେଟ ସଂଖ୍ୟା ୮୬ରେ ପହଞ୍ଚତ୍ଛି। ୫୦ଟି ମ୍ୟାଚ୍‌ ସୁଦ୍ଧା ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ବୁମ୍‌ରା ୩ୟ ସ୍ଥାନରେ ରହିଛନ୍ତି। ମହମ୍ମଦ ସାମି ୯୧ ଉଇକେଟ ନେବା ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଚାଇନା ମ୍ୟାନ୍‌ କୁଲଦୀପ ଯାଦବ। ସେ ଏପର୍ଯ୍ୟନ୍ତ ୪୪ଟି ମ୍ୟାଚ୍‌ ଖେଳି ୮୭ ଉଇକେଟ ନେଇସାରିଛନ୍ତି। ଏଣୁ ବୁମ୍‌ରା ସାମିଙ୍କୁ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି।

Share