Posted inଖେଳ

ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ: ରୋହିତ୍‌, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୨୩।୧୨ (ପି.ଟି.)- କଟକ ଦିନିକିଆ ମ୍ୟାଚ୍‌ ସହ ୨୦୧୯ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ନୂଆବର୍ଷର ପ୍ରଥମ ସପ୍ତାହରୁ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ସହ ଭାରତ ଏହାର ୨୦୨୦ ସିଜନ ଆରମ୍ଭ କରିବ। ସେହିଭଳି ଜାନୁୟାରୀ ୨ୟ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଘରୋଇ ପରିବେଶରେ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀଲଙ୍କା (ଟି୨୦) ଓ ଅଷ୍ଟ୍ରେଲିଆ (ଦିନିକିଆ) ବିପକ୍ଷ ଦୁଇଟି ସୀମିତ ଓଭର ସିରିଜ ଲାଗି ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟାରୁ ସୁସ୍ଥ ହୋଇଥିବା ପ୍ରମୁଖ ଷ୍ଟ୍ରାଇକ ବୋଲର୍‌ ତଥା ୟର୍କର ସ୍ପେଶାଲିଷ୍ଟ ଯଶପ୍ରୀତ୍‌ ବୁମ୍‌ରା ଉଭୟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଦୁଇ ପ୍ରମୁଖ ଖେଳାଳି ରୋହିତ୍‌ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି।
ଟାଣି ହୋଇଯାଇଥିବାରୁ ବୁମ୍‌ରା କିଛିଦିନ ହେଲା କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତେବେ ଫିଟ୍‌ ହୋଇଯାଇଛନ୍ତି, ଏବଂ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ରଣ୍‌ଜୀ ଟ୍ରଫିର ୩ୟ ପର୍ଯ୍ୟାୟ ମ୍ୟାଚ୍‌ରେ ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ଦଳର ଫିଜିଓ ନୀତୀନ ପଟେଲ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଅଭିଜ୍ଞ ଓପନର୍‌ ଶିଖର ଧାଓ୍ବନ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସଞ୍ଜୁ ସାମସନଙ୍କୁ ଶ୍ରୀଲଙ୍କା ସିରିଜ ଲାଗି ଅତିରିକ୍ତି ଓପନର୍‌ ଭାବେ ସ୍ଥାନ ମିଳିଛି ବୋଲି ଚୟନ କମିଟିର ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦ ଟିମ୍‌ ଘୋଷଣା ଅବସରରେ କହିଛନ୍ତି। ପିଠି ଯନ୍ତ୍ରଣା ଲାଗି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅଧାରୁ ବାଦ୍‌ ପଡ଼ିଥିବା ଦୀପକ ଚହର ଆଇପିଏଲ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଆକ୍ସନରୁ ଦୂରେଇ ରହିବେ। ଫଳରେ ନବାଗତ ବୋଲର ନବଦୀପ ସଇନୀ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ୨୦୧୯ରେ ରୋହିତ୍‌ ୩ଟି ଯାକ ଫର୍ମାଟ୍‌ରେ ମୋଟ୍‌ ୪୭ ମ୍ୟାଚ୍‌ ଖେଳିଛନ୍ତି। ଅଧିନାୟକ ବିରାଟ କୋହଲି (୪୪)ଙ୍କ ଠାରୁ ଅଧିକ ୩ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ତେଣୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ରୋହିତ୍‌ଙ୍କୁ ବିଶ୍ରାମ ଦିଆଯାଇଛି। ଅଷ୍ଟ୍ରେଲିଆ ସିରିଜ ଲାଗି ସେ ଦଳରେ ସ୍ଥାନ ପାଇଥିବାରୁ ଲୋକେଶ ରାହୁଲ ଓ ଧାଓ୍ବନଙ୍କ ରୂପରେ ୩ ଜଣ ଓପନର୍‌ ରହିବେ। ସେହିଭଳି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜାନୁୟାରୀ ୩ୟ ସପ୍ତାହ ବେଳକୁ ସୁସ୍ଥ ହେବାକୁ ଥିବାରୁ ନ୍ୟୁଜିଲାଣ୍ଡ ସିରିଜ ପାଇଁ ତାଙ୍କୁ ନଜରରେ ରଖାଯାଇଛି ବୋଲି ପ୍ରସାଦ ଏହି ଅବସରରେ କହିଛନ୍ତି। ଜାନୁୟାରୀ ୨୪ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ଭାରତ ୫ ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଭାରତୀୟ ଦଳ (ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର, ମନୀଷ ପାଣ୍ଡେ, ଓ୍ବାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ।
ଭାରତୀୟ ଦଳ (ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ୍‌ ଶର୍ମା, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ୍‌କିପର), କେଦାର ଯାଦବ, ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ୍‌ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri