Posted inଖେଳ

ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ: ରୋହିତ୍‌, ସାମିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୨୩।୧୨ (ପି.ଟି.)- କଟକ ଦିନିକିଆ ମ୍ୟାଚ୍‌ ସହ ୨୦୧୯ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ ଦଳର କାର୍ଯ୍ୟସୂଚୀ ସମାପ୍ତ ହୋଇଛି। ନୂଆବର୍ଷର ପ୍ରଥମ ସପ୍ତାହରୁ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ସହ ଭାରତ ଏହାର ୨୦୨୦ ସିଜନ ଆରମ୍ଭ କରିବ। ସେହିଭଳି ଜାନୁୟାରୀ ୨ୟ ସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଘରୋଇ ପରିବେଶରେ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀଲଙ୍କା (ଟି୨୦) ଓ ଅଷ୍ଟ୍ରେଲିଆ (ଦିନିକିଆ) ବିପକ୍ଷ ଦୁଇଟି ସୀମିତ ଓଭର ସିରିଜ ଲାଗି ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟାରୁ ସୁସ୍ଥ ହୋଇଥିବା ପ୍ରମୁଖ ଷ୍ଟ୍ରାଇକ ବୋଲର୍‌ ତଥା ୟର୍କର ସ୍ପେଶାଲିଷ୍ଟ ଯଶପ୍ରୀତ୍‌ ବୁମ୍‌ରା ଉଭୟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଦୁଇ ପ୍ରମୁଖ ଖେଳାଳି ରୋହିତ୍‌ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି।
ଟାଣି ହୋଇଯାଇଥିବାରୁ ବୁମ୍‌ରା କିଛିଦିନ ହେଲା କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ତେବେ ଫିଟ୍‌ ହୋଇଯାଇଛନ୍ତି, ଏବଂ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ରଣ୍‌ଜୀ ଟ୍ରଫିର ୩ୟ ପର୍ଯ୍ୟାୟ ମ୍ୟାଚ୍‌ରେ ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ଦଳର ଫିଜିଓ ନୀତୀନ ପଟେଲ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଅଭିଜ୍ଞ ଓପନର୍‌ ଶିଖର ଧାଓ୍ବନ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସଞ୍ଜୁ ସାମସନଙ୍କୁ ଶ୍ରୀଲଙ୍କା ସିରିଜ ଲାଗି ଅତିରିକ୍ତି ଓପନର୍‌ ଭାବେ ସ୍ଥାନ ମିଳିଛି ବୋଲି ଚୟନ କମିଟିର ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦ ଟିମ୍‌ ଘୋଷଣା ଅବସରରେ କହିଛନ୍ତି। ପିଠି ଯନ୍ତ୍ରଣା ଲାଗି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅଧାରୁ ବାଦ୍‌ ପଡ଼ିଥିବା ଦୀପକ ଚହର ଆଇପିଏଲ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଆକ୍ସନରୁ ଦୂରେଇ ରହିବେ। ଫଳରେ ନବାଗତ ବୋଲର ନବଦୀପ ସଇନୀ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ୨୦୧୯ରେ ରୋହିତ୍‌ ୩ଟି ଯାକ ଫର୍ମାଟ୍‌ରେ ମୋଟ୍‌ ୪୭ ମ୍ୟାଚ୍‌ ଖେଳିଛନ୍ତି। ଅଧିନାୟକ ବିରାଟ କୋହଲି (୪୪)ଙ୍କ ଠାରୁ ଅଧିକ ୩ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ତେଣୁ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ରୋହିତ୍‌ଙ୍କୁ ବିଶ୍ରାମ ଦିଆଯାଇଛି। ଅଷ୍ଟ୍ରେଲିଆ ସିରିଜ ଲାଗି ସେ ଦଳରେ ସ୍ଥାନ ପାଇଥିବାରୁ ଲୋକେଶ ରାହୁଲ ଓ ଧାଓ୍ବନଙ୍କ ରୂପରେ ୩ ଜଣ ଓପନର୍‌ ରହିବେ। ସେହିଭଳି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜାନୁୟାରୀ ୩ୟ ସପ୍ତାହ ବେଳକୁ ସୁସ୍ଥ ହେବାକୁ ଥିବାରୁ ନ୍ୟୁଜିଲାଣ୍ଡ ସିରିଜ ପାଇଁ ତାଙ୍କୁ ନଜରରେ ରଖାଯାଇଛି ବୋଲି ପ୍ରସାଦ ଏହି ଅବସରରେ କହିଛନ୍ତି। ଜାନୁୟାରୀ ୨୪ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ଭାରତ ୫ ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଭାରତୀୟ ଦଳ (ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର, ମନୀଷ ପାଣ୍ଡେ, ଓ୍ବାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ।
ଭାରତୀୟ ଦଳ (ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ): ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ୍‌ ଶର୍ମା, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ୍‌କିପର), କେଦାର ଯାଦବ, ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ନବଦୀପ ସଇନୀ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ୍‌ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri