Categories: ଖେଳ

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ ପାଇଁ ୨୦୧୬ରେ ପଦାର୍ପଣ କରିଥିବା ବୁମରାଙ୍କ ସ୍ବତନ୍ତ୍ର ବୋଲିଂ ଷ୍ଟାଇଲ୍‌କୁ ନେଇ ପ୍ରଶଂସକ ନକଲ କରିବା ସହ ବେଶ୍‌ ପ୍ରଂଶସା କରିଥାନ୍ତି। ନିକଟରେ ଜଣେ ପ୍ରଶଂସକ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ପ୍ରଶଂସକ ମା’ ବୁମରାଙ୍କ ବୋଲିଂ ଷ୍ଟାଇଲ୍‌କୁ ଅବିକଳ ନକଲ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଶେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ବୁମରା ଅତି ବିନମ୍ରତାର ସହ ସେହି ଟୁଇଟରେ ରିଟୁଇଟ କରି ବୃଦ୍ଧାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘ଦିଶ୍‌ ମେଡ୍‌ ମାଇ ଡେ’।

Share