Categories: ଖେଳ

ବୁମରାଙ୍କ ଫିଟ୍‌ନେସ ଟେଷ୍ଟ କରିବାକୁ ମନାକଲା ଏନ୍‌ସିଏ

ମୁମ୍ବାଇ,୨୦।୧୨- ବିସିସିଆଇର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ପେସର ଯଶପ୍ରୀତ ବୁମରାଙ୍କ ଫିଟ୍‌ନେସ ଟେଷ୍ଟ ନେବାକୁ ମନା କରି ଦେଇଛି। ବୁମରା ନିକଟରେ ଏନ୍‌ସିଏରେ ଟ୍ରେନିଂ ନେବାକୁ ମନା କରିଥିଲେ। ସେ ବିଶାଖାପାଟଣାରେ ଭାରତୀୟ ଖେଳାଳିଙ୍କୁ ନେଟ୍ସରେ ବୋଲିଂ କରିବା ପରେ ଏବେ ବାଙ୍ଗାଲୋରରେ ଅଛନ୍ତି। ଜାତୀୟ ଦଳକୁ ଫେରିବା ଲାଗି ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଡିରେକ୍ଟର ରାହୁଲ ଡ୍ରାଭିଡ ଓ ଫିଜିଓଥେରାପିଷ୍ଟ ଆଶିଷ କୌଶିକଙ୍କ ଏନ୍‌ସିଏ ଦଳ ବୁମରାଙ୍କ ଫିଟ୍‌ନେସ ନେବାକୁ ସଧାସଳଖ ମନା କରି ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକଙ୍କ ନେତୃତ୍ୱଧୀନ ଏନ୍‌ସିଏ ପକ୍ଷରୁ କୁହାଯାଇଛି, ବୁମରା ପିଠିଜନିତ ଆହତ ସମସ୍ୟାରୁ ମୁକୁଳିବା ପାଇଁ ନିଜେ ସ୍ପେଶାଲିଷ୍ଟଙ୍କ ସହାୟତା ନେଇଥିଲେ। ଏଣୁ କେଉଁଭଳି ଆମେ ଫିଟ୍‌ନେସ ଟେଷ୍ଟ କରାଇପାରିବୁ? ଆମେ ଫିଟ୍‌ ଘୋଷଣା କଲା ପରେ ଯଦି ପରେ କିଛି ଘଟିଯାଏ? ଏ ଭଳି ପ୍ରଶ୍ନ ପଚରାଯାଇଛି। ଚଳିତବର୍ଷ ସେପ୍ଟେମ୍ବରରେ ବୁମରା ସ୍ପେଶାଲିଷ୍ଟ ଡାକ୍ତରଙ୍କ ପରାମର୍ଶ ନିମନ୍ତେ ଇଂଲଣ୍ଡ ଗସ୍ତ କରିଥିଲେ। ଏଥିସହ ଏନ୍‌ସିଏ ଯିବାକୁ ଇଚ୍ଛୁକ ନ ଥିବା ଟିମ୍‌ ମ୍ୟାନେଜମେଣ୍ଟକୁ ମଧ୍ୟ ଜଣାଇଥିଲେ ବୁମରା। ପୂର୍ବରୁ ଏନ୍‌ସିଏଠାରେ ବୁମରାଙ୍କ ଫିଟନେସ ଟେଷ୍ଟ ହେବାର ଥିଲା। ଏଥିନେଇ ଏନ୍‌ସିଏ ଟିମ୍‌ ଇଣ୍ଡିଆ ଟ୍ରେନର ନିକ ଓ୍ବେବଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଡ୍ରାଭିଡ ଟିମ୍‌ ଇଣ୍ଡିଆର ସହାୟକ ଟ୍ରେନର ଆଶିଷ ପରମାରଙ୍କୁ ସୂଚିତ କରି ଦେଇଛନ୍ତି ଯେ, ବୁମରାଙ୍କ ଟେଷ୍ଟ ଏନ୍‌ସିଏରେ ହୋଇପାରିବ ନାହିଁ। ତୁମେ ପୂରା ଫିଟ୍‌ ଅଛ। ଯେଉଁମାନଙ୍କ ସହ ଟ୍ରେନିଂ ନେଉଥିଲେ, ସେମାନଙ୍କୁ ଫିଟ୍‌ନେସ ଟେଷ୍ଟ କରିବାକୁ ବୁମରାଙ୍କୁ କୁହାଯାଇଥିବା ସୂତ୍ରରୁ ଜଣାପଡ଼ିଛି।

Share