ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ବିଜେଡି ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଧୁମ୍‌ଧାମ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଲାଗି ଖୋଲା ପଡ଼ିଆରେ ବିଜେଡିର ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ ସଂଗଠନ, ମହିିଳା ସ୍ବୟଂସହାୟକ ସଂସ୍ଥା, କୃଷକ ସଂଗଠନଗୁଡିକୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିସହିତ ଦଳ ବିଭିନ୍ନ ଛାମୁଆ ସଂଗଠନ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri