ବୁଧବାର ନର୍ମଦାଞ୍ଚଳରେ ମୋଦିଙ୍କ ନିର୍ବାଚନୀ ସଭା: ଲାଗିବ ୩୮ ଏସି; ସ୍ପ୍ରେ ହେବ ଥଣ୍ଡା ପାଣି

ଭୋପାଳ,୨୮।୪: ମଧ୍ୟପ୍ରଦେଶ ନର୍ମଦାଞ୍ଚଳରେ ପଞ୍ଚମ ପର୍ଯ୍ୟାୟରେ ହେବ ଲୋକ ସଭା ନିର୍ବାଚନ। ମେ ୬ରେ ଏଠାରେ ମତଦାନ କରାଯିବ। ନିର୍ବାଚନୀ ପ୍ରଚାର ପାଇଁ ପ୍ରବଳ ଗରମ ସତ୍ତ୍ୱେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର(ମେ ୧) ଅପରାହ୍ନ ୪ଟାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏଥି ପାଇଁ ମଞ୍ଚରେ ୩୮ଟି ଏସି ଲଗା ଯିବାର ବ୍ୟବସ୍ଥା ହୋଇଛି। ଏହା ସହିତ ଏୟାର କୁଲଡ୍‌ ଡୋମ୍‌ ମଧ୍ୟ ଲଗା ଯିବାର ବ୍ୟବସ୍ଥା ହୋଇଛି। ଏଠାରୁ ଲୋକଙ୍କ ଉପରେ ଥଣ୍ଡା ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଇଟାରସି ଗ୍ରାଉଣ୍ଡରେ ଏନେଇ ଆୟୋଜନ ଜୋର୍‌ସୋର୍‌ରେ ଜାରି ରହିଛି। ରେଲଓ୍ବେ ଇନଷ୍ଟିଚ୍ୟୁଟ୍‌ ମଇଦାନରେ ସଭା ପାଇଁ ଅନୁମତି ଲୋଡା ଯାଇଛି। ସଭାସ୍ଥଳରେ ୬୫ ହଜାର ଚେୟାର ପକାଯିବାର ବ୍ୟବସ୍ଥା ହୋଇଛି। ଲୋକଙ୍କୁ ସୁବିଧା ପାଇଁ ୪ ଲକ୍ଷ ଥଣ୍ଡା ପାଣି ପାଉଚ୍‌ ସଂରକ୍ଷିତ ରଖାଯାଇଛି। ସଭାସ୍ଥଳ ଠାରୁ ୩-୪ କିଲୋମିଟର ଦୂରରେ ହେଲିପ୍ୟାଡ଼ ପ୍ରସ୍ତୁତ କରାଯାଇଛି। ସଭା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଭାଜପାଠାରୁ ଏନଓସି ଲୋଡାଯାଇଛି। ସଭା ରେଲଓ୍ବେ ଗ୍ରାଉଣ୍ଡରେ ହେଉଥିବାରୁ ଏପରି କରାଯାଇଥିବା କୁହାଯାଉଛି।

Share