ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ହେଲେ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ନିକଟରେ ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନର ବିଶେଷଜ୍ଞମାନେ ନିଦ୍ରାକୁ ନେଇ କରିଥିବା ଏକ ଗବେଷଣାରୁ ରୋଚକ ତଥ୍ୟ ଜାଣିପାରିଛନ୍ତି। ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ନିଦ୍ରା ଯାଆନ୍ତି ତେବେ ତାଙ୍କର ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏପରି ତଥ୍ୟ ପ୍ରକାଶ କରିବା ପୂର୍ବରୁ ସେମାନେ ପ୍ରାୟ ୧୦,୦୦୦ ବ୍ୟକ୍ତିଙ୍କ ନିଦ୍ରା ଏବଂ ସେମାନଙ୍କର ବୁଦ୍ଧିମତ୍ତା ଉପରେ ତାହାର କି ପ୍ରକାର ପ୍ରଭାବ ପଡୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ।