ବୁଦ୍ଧଖୋଲରେ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୂଜାରୀ

ବୁଗୁଡା,୧୨।୪(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ମନ୍ଦିର ତଥା ପର୍ଯ୍ୟଟକସ୍ଥଳୀକୁ ବନ୍ଦ ରଖାଯାଇଛି। ଦର୍ଶନୀୟ ସ୍ଥାନ ଖାଁ ଖାଁ ହୋଇଯିବା ଫଳରେ ସେଠାରେ ରହୁଥିବା ପ୍ରାଣୀମାନେ ଖାଦ୍ୟ ସଙ୍କଟର ଶିକାର ହେଉଛନ୍ତି। ଏହି କ୍ରମରେ ବୁଗୁଡ଼ା ନିକଟ ବୁଦ୍ଧଖୋଲ ଶୈବପୀଠରେ ଥିବା ମାଙ୍କଡ଼ମାନଙ୍କୁ ପୂଜାରୀମାନେ ଭୋଗ ହୋଇଥିବା ରନ୍ଧା ଖାଦ୍ୟ ଦେଉଥିବା ଦେଖାଯାଉଛି। ସାଧାରଣରେ ଏହାକୁ ପ୍ରଶଂସା କରାଯାଉଛି।