ବୁଢ଼ୀ ମା’କେ ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତା

 

ବିନିକା, ୨୧।୩ (ଡି.ଏନ୍‌.ଏ.)-
ମୁଇଁ ଆଏଜ୍‌ ମରେଁ କାଲ୍‌ ମରେଁ ହେଉଛେଁ। ଅନେକ ଦିନ୍‌ ହେଲା ଖଟେ ପଡ଼ିଛେଁ। ଆହା କରବାକେ କେହି ନାଇଁ। ଏନ୍‌ତାଥି ପାଗ୍‌ଲି ଝି’ର ବୋଝ୍‌। ମୁଇଁ ମରିଗଲେ ଇତାର ଭବିଷତ୍‌ କାଣା ହେବା। ଏନ୍‌ତା ହୁରୁଦ୍‌ ତରଲି ଗଲା ଲେଖେଁ କଥା ପଦ୍‌ଦୁ କହି ଠସ୍‌ଠସ୍‌ କଁାଦି ପକେଇଥିଲେ। ଇଟା କେହେନ୍‌ସି ସିନେମାର ଡାଇଲଗ୍‌ ନୁହେ ଝନେ ନିସାହା ବୁରୁଧ୍‌ ମା’ର ଅଁତର୍‌ର କଥା। ସେ ଖଟେ ପଡ଼ିରହି ବି ନିଜର ଦିବ୍ୟାଙ୍ଗ ଝି’ର ଭବିଷତ୍‌ ଚିନ୍‌ତାରେ ଘାରି ହେଉଛନ୍‌। ଇ ଘଟନାଟା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ ସାରଙ୍ଗପାଲି ଗଁାର ମଝିପଡ଼ାରେ।
ସୂଚନା ଅନ୍‌ସାରେ ମଝିପଡ଼ାର ବୁରୁଧ୍‌ ବିଧବା ନୁରା ଭୁଏ(୬୮)। ଗୁଟେବଲି ଝି’ଅହଲ୍ୟା(୩୦)କୁଁ ନେଇ ତାକର ସଁସାର। ହେଲେ ଝି’ ଜନ୍‌ମୁ ମାନ୍‌ସିକ ଭିନ୍ନକ୍ଷମ। ଇଆଡ଼େ ୧୫ ବଛର ତଲେ ଆପ୍‌ନେ ଜୟଦେବ ଭୁଏ ଆରପାରକେ ଚାଲିଯାଇଛନ୍‌। ଜମିବାଡ଼ି ବଲି ୨ ଏକର ରହିଛେ। ହେଲେ ସେଟା ବି ଅନେକ ବଛର ହେଲା ପଡ଼ିଆ ପଡ଼ିଛେ। ଅନେକ ବଛର ତଲେ ନୁରା ନିଜର ଗହନାଗଁାଠି ବିକି ଅହଲ୍ୟାକୁଁ ଚିକିଛା ଲାଗି ବୁର୍ଲା, ସମ୍ବଲପୁର, ବରଗଡ଼ ନେଇଥିଲେ। ହେଲେ କିଛି ଲାଭ ନାଇଁ ହେଲା। ସେଦିନ୍‌ଠାନୁ ଅହଲ୍ୟା ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ନୁରା ବି ୫ ବଛର ହେଲା ରୋଗ୍‌ ବେମାରିରେ ଖଟେ ପଡ଼ିଛନ୍‌। ହେଲେ ସବୁବେଲେ ସେ ଝି’ର ଭବିଷତ୍‌ ଚିନ୍‌ତାରେ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ସରକାରୀ ସାହାଯ୍‌ କହେଲେ ନୁରା ପାଉଥିବାର ୫ଶହ ଟଁକା ଭତା ଆର ୩୫ କେ.ଜି. ଚାଉଲ ସାହାଭରସା। ଅହଲ୍ୟା ଝନେ ମାନ୍‌ସିକ ଭିନ୍ନକ୍ଷମ ହେଇଥିଲେ ବି ପରମାନପତର ଅଭାବୁ ଭିନେ ଭିନେ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ନୁରା ଗଣମାଧ୍ୟମ ଜରିଆରେ ଉଭଏକଁର ଲାଗି ଚିକିଛା ସାହାଯ୍‌, ଝି’ର ଲାଗି ଭତା, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ଆର ଥାନୀଅ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିଛା ଅଧ୍‌କାରୀ ଡା.ରବୀନ୍ଦ୍ର ପଣ୍ଡାକୁଁ ପଚ୍‌ରାଲାରୁ ମା’ଝି ଉଭଏକୁଁ ତାକର ଘରକେ ଯାଇ ପ୍ରାଥମିକ ଚିକିଛା କରାଯିବା। ସରକାରୀ ଯୋଜନା ହିସାବେ ଅହଲ୍ୟାକଁର ଚିକିଛା ଆର ଭିନ୍ନକ୍ଷମ ପରମାନପତର ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ନିମାଇଁ ଚରଣ ନାଇକକୁଁ ପଚ୍‌ରାଲାରୁ ଏଇସିସି ତାଲିକାରେ ଘରର ମୁଖିଆକଁର ନଁା ଅଛେ କି ନାଇଁ ଦେଖ୍‌ବାକେ ପଡ଼ବା। ହେଲେ ମୁଇଁ ବିଡିଓକଁର ସଂଗେ କଥା ହେଇ ସରକାରୀ ସାହାଯ୍‌ ଯୁଗେଇ ଦେବାର ଦିଗେ ପଦକ୍ଷେପ ନେମି ବଲି ସେ କହିଥିଲେ।