ବୁଡ଼ିଗଲା ବ୍ରିଟେନର ୧୭୮ ବର୍ଷର ଥମାସ କୁକ୍‌

ଲଣ୍ଡନ,୨୪-୯: ପର୍ଯ୍ୟଟକଙ୍କୁ ୧୭୮ ବର୍ଷ ଧରି ବିଭିନ୍ନ ସେବା ଯୋଗାଇ ଆସୁଥିବା ବ୍ରିଟେନର ପ୍ରସିଦ୍ଧ କମ୍ପାନୀ ଥମାସ କୁକ୍‌ ଶେଷରେ ବୁଡ଼ିଗଲା। ଜରୁରିକାଳୀନ ପାଣ୍ଠି ଯୋଗାଡ କରିବାରେ ବିଫଳ ହେବାରୁ ରବିବାର ରାତିରୁ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଛି। ଫଳରେ କମ୍ପାନୀର ୨୨ ହଜାର କର୍ମଚାରୀ ଏବେ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୯ ହଜାର କେବଳ ବ୍ରିଟିଶ୍‌ କର୍ମଚାରୀ ବୋଲି ଜଣାପଡିଛି।
ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେବାଳିଆ ଘୋଷଣା ପରେ ଥମାସ କୁକ୍‌ର ପ୍ରାୟ ୧.୫ ଲକ୍ଷ ବ୍ରିଟିଶ ଗ୍ରାହକ ସାରା ବିଶ୍ୱରେ ଛୁଟି ବିତାଇବାକୁ ଯାଇ ଫସି ଯାଇଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ଅଭିଯାନ ଆରମ୍ଭ କରାଯିବ। ଥମାସ କୁକ୍‌ ବ୍ୟବସାୟିକ କ୍ଷତିରୁ ବାହାରି ଆସିବା ଲାଗି ଯଥାସାଧ୍ୟ ପ୍ରୟାସ କରି ବିଫଳ ହୋଇଛି। କମ୍ପାନୀ ଦେବାଳିଆ ହେବାରୁ ନିଜକୁ ରକ୍ଷା କରିବା ଲାଗି ଘରୋଇ ନିବେଶକଙ୍କ ଠାରୁ ୨୫ କୋଟି ଡଲାର ଅର୍ଥ ଯୋଗାଡ କରିବାକୁ ପ୍ରୟାସ ଚଳାଇଥିଲା।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଋଣ ପ୍ରଦାନକୁ ନେଇ କମ୍ପାନୀର ଶେୟାରଧାରୀ ଓ ଋଣ ପ୍ରଦାନକାରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇପାରିଲା ନାହିଁ। ଏହାପରେ କମ୍ପାନୀକୁ ତତ୍କାଳ ଦେବାଳିଆ ଘୋଷଣା କରିବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି। କାରଣ କମ୍ପାନୀ ନିକଟରେ ଦ୍ୱିତୀୟ ବିକଳ୍ପ ନ ଥିଲା ବୋଲି ଏକ ବିବୃତି ଜାରି କରି କୁହାଯାଇଛି।
ସୂଚନାଥାଉ କି, ୧୮୪୧ରେ ଥମାସ କୁକ୍‌ ନିଜ ନାମରେ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏହା ବ୍ରିଟେନରେ ଘରୋଇ ଯାତ୍ରୀଙ୍କୁ ସେବା ଯୋଗାଉଥିଲା। ପରେ ଏହା ବିଦେଶ ଯାତ୍ରା ଯୋଗାଇ ଦେଉଥିଲା। ଏହି ଘଟଣା ପରେ ୬ ଲକ୍ଷ ପର୍ଯ୍ୟଟକଙ୍କ ବୁକିଂକୁ ସୋମବାର ବାତିଲ କରିଦିଆଯାଇଛି। ଥମାସ କୁକ୍‌ ସିଇଓ ପିଟର ଫ୍ରାଙ୍କହଜର ଏହାକୁ ‘ଅତ୍ୟନ୍ତ ଦୁଃଖର ଦିନ’ ବୋଲି ଅଭିହିତ କରିଛନ୍ତି। କମ୍ପାନୀ ବନ୍ଦ ହେବା ଯୋଗୁ କେବଳ କର୍ମଚାରୀ ନୁହନ୍ତି ଗ୍ରାହକ, ଯୋଗାଣକାରୀ ଓ କମ୍ପାନୀର ପାର୍ଟନର ପ୍ରଭାବିତ ହେବେ। ଏହାକୁ ଦୃଷ୍ଟିରେ ରଖି ଫ୍ରାଙ୍କହଜର ସମସ୍ତଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହି ଘଟଣା ଉପରେ ନଜର ରଖିଥିବା ୟୁକେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ସିଏଏ) ପକ୍ଷରୁ କୁହାଯାଇଛିି ଯେ, ଚଳିତ ମାସ ୨୩ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବ୍ରିଟିଶ ଗ୍ରାହକଙ୍କୁ ସ୍ବଦେଶ ଫେରାଇ ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri