Categories: ଖେଳ

ବୁକ୍‌ମେକର୍ସଙ୍କ ଫେଭରାଇଟ୍‌ ଭାରତ

ଲଣ୍ଡନ, ୮ା୭ (ପି.ଟି.)- ବୁକ୍‌ ମେକର୍ସଙ୍କ ଦୃଷ୍ଟିରେ ଏଥର ଭାରତ ଜgିତିବ ଆଇସିସି ବିଶ୍ୱକପ୍‌। ରାଉଣ୍ଡ ରବିନ ପର୍ଯ୍ୟାୟରେ ଏହି ଦଳ ୯ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରିଛି। ଦୁଇଥର ଚାମ୍ପିୟନ ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚ ହାରିଯାଇଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଧୋଇହୋଇଯାଇଥିଲା। ଭାରତ ମଙ୍ଗଳବାର ମାଞ୍ଚେଷ୍ଟରରେ ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ୫ଥର ବିଜେତା ଅଷ୍ଟ୍ରେଲିଆ ଗୁରୁବାର ବର୍ମିଂହାମ୍‌ଠାରେ ଇଂଲଣ୍ଡକୁ ଭେଟିବ। ଅଗ୍ରଣୀ ଅନ୍‌ଲାଇନ୍‌ ବେଟିଂ ଓ୍ବେବ୍‌ସାଇଟ୍‌ ଲାଡ୍‌ବ୍ରୋକ୍ସ ଏବଂ ବେଟ୍‌ଓ୍ବେର ଭବିଷ୍ୟବାଣୀ ଅନୁସାରେ ଭାରତ ଜୁଲାଇ ୧୪ରେ ଲଡର୍‌ସଠାରେ ଖେଳାଯିବାକୁଥିବା ଫାଇନାଲକୁ ଉନ୍ନୀତ ହେବ। ଲାଡ୍‌ବ୍ରୋକ୍ସ ହିସାବରେ ଏଥର ବିଶ୍ୱକପ୍‌ ଟ୍ରଫି ଜିତିବାର ସବୁଠାରୁ ଅଧିକ ସମ୍ଭାବନା ଭାରତର ରହିଛି। ଏହାପଛକୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ର଼୍ୟାଙ୍କ ଆଉଟ ସାଇଡର୍ସ ନ୍ୟୁଜିଲାଣ୍ଡ ରହିଛି। ବେଟ୍‌ଓ୍ବେ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି। ସେମିଫାଇନାଲ ଖେଳୁଥିବା ଦଳଗୁଡ଼ିକ ମଧ୍ୟରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୫ ପଏଣ୍ଟର ସହ ଟେବୁଲର ଶୀର୍ଷରେ ରହିଛି। ଏହାପଛକୁ ଅଷ୍ଟ୍ରେଲେିଆ(୧୪), ଇଂଲଣ୍ଡ (୧୨) ଏବଂ ନ୍ୟୁଜିଲାଣ୍ଡ(୧୧) ରହିଛି। ବେଟିଂ ଓ୍ବେବସାଇଟ୍‌ ଅନୁସାରେ ଫର୍ମରେ ଥିବା ଭାରତୀୟ ଓପନର ରୋହିତ ଶର୍ମା ଟୁର୍ନାମେଣ୍ଟର ସର୍ବୋଚ୍ଚ ସ୍କୋରର ହେବେ। ତାଙ୍କ ପଛକୁ ପଛ ରହିଛନ୍ତି ଅଷ୍ଟ୍ରେଲିଆର ଡେଭିଡ ଓ୍ବାର୍ନର ଏବଂ ଇଂଲଣ୍ଡର ଜୋ ରୁଟ୍‌। ଟପ୍‌ ୫ରେ ଭାରତୀୟ ଅଧିନାୟକ କୋହଲି ମଧ୍ୟ ରହିଛନ୍ତି।

Share