ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହିସବୁ ଯୋଜନାରେ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ଆର୍ଥିକ ଅନଗ୍ରସର ରୋଗୀ ଚିକିତ୍ସିତ ହେଉଥିବାବେଳେ ଏ ବାବଦ ଅର୍ଥ କିନ୍ତୁ ସରକାର ପୈଠ କରିବାରେ ବିଫଳ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବାକି ପଡ଼ିଥିବା ୨୫କୋଟି ଟଙ୍କା ଘରୋଇ ହସ୍ପିଟାଲ୍‌କୁ ଦେଇନାହାନ୍ତି ରାଜ୍ୟ ସରକାର। ତେଣୁ ସରକାରଙ୍କ ପ୍ରଚଳିତ କୌଣସି ସ୍ବାସ୍ଥ୍ୟ ବୀମା ଯୋଜନାରେ ସହଭାଗିତା ଯୋଗାଇଦେବ ନାହିଁ ବୋଲି ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଫୋରମ୍‌।
ଫୋରମ୍‌ ପକ୍ଷରୁ ସୋମବାର ଆଇଏମ୍‌ଏ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ସ୍ବାସ୍ଥ୍ୟସେବା ସହ ଜଡ଼ିିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟ ସମସ୍ୟା ମଧ୍ୟରେ ୨୦୧୪ରୁ ୭୫% ଘରୋଇ ଡାକ୍ତରଖାନାର ପଞ୍ଜୀକରଣ ଓ ନବୀକରଣ ଦରଖାସ୍ତ ପଡ଼ି ରହିଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଫୋରମ୍‌ ଅଭିଯୋଗ କରିଛି। ଅନ୍ୟ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା କ୍ଲିନିକାଲ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଆଇନ୍‌ରେ ପଞ୍ଜୀକୃତ ହେଉଥିବାବେଳେ ଓଡ଼ିଶାରେ କେବଳ ବେସରକାରୀ ଡାକ୍ତରଖାନାକୁ ଏହି ଆଇନ୍‌ ଅନ୍ତର୍ଭୁକ୍ତ କରାଯାଇଛି। ସରକାରୀ ଡାକ୍ତରଖାନାକୁ ଏହି ଆଇନ୍‌ର ଅଗ୍ନିଶମ ଓ ପ୍ରଦୂଷଣ ପରି ନିୟାମକରୁ ବାହାରେ କାହିଁକି ରଖାଯାଇଛି ବୋଲି ଫୋରମ୍‌ ସଭାପତି ଡା. ଅଜୟ କୁମାର ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟରେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାବେଳେ ଅନେକ ସମୟରେ ଡାକ୍ତରମାନେ ଆକ୍ରମଣର ଶିକାର ହେଉଛନ୍ତି। ଏନେଇ ଫୋରମ୍‌ ପକ୍ଷରୁ ବାରମ୍ବାର ସ୍ବାସ୍ଥ୍ୟମନ୍ତ୍ରୀ, ସଚିବଙ୍କୁ ଅଭିଯୋଗ କରାଗଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନ ଥିବା ସେ କହିଛନ୍ତି। ଡା. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୋରମ୍‌ର ସଦସ୍ୟଙ୍କ ସହ ରାଜ୍ୟ ଆଇଏମ୍‌ଏ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଡା. ଜନ୍ମେଜୟ ମହାପାତ୍ର, ସହସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri