ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା ପିଇବା ପାଣି କଥା ଶୁଣିଲାନି ପ୍ରଶାସନ

ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଜ୍ୱର, ଝାଡା ଲାଗି ରହିଛି। କେତେକ ଲୋକଙ୍କ ଜ୍ୱର ଛାଡ଼ୁଥିବା ବେଳେ ଆଉ କେତେଜଣ ଆକ୍ରାନ୍ତ ହେଉଛନ୍ତିି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଚିକିତ୍ସା ଜାରି ରହିଛି ା ତେବେ ପିଇବା ପାଣି ପାଇଁ ଜ୍ୱର ଓ ଝାଡା ବ୍ୟାପୁଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଏହା ପରେ ଗ୍ରାମବାସୀଙ୍କୁ ଶୁଦ୍ଧ ପିଇବା ପାଣି ଟ୍ୟାଙ୍କର ଯୋଗେ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି ହୋଇଥିଲା ା ଟ୍ୟାଙ୍କର ଅଭାବ ଦର୍ଶାଇ ପ୍ରଶାସନ ପିଇବା ପାଣି ଦେଲାନାହିଁ। ଫଳରେ ଏବେ ଗ୍ରାମବାସୀ ନିଜ ହାତରୁ ପାଣି କିଣିି ବ୍ୟବହାର କରୁଛନ୍ତିି ା ଏଥିପାଇଁ ସେମାନେ ବହୁ ଖର୍ଚ୍ଚାନ୍ତ ମଧ୍ୟ ହୋଇଛନ୍ତି। ତେବେ ଲୋକେ ଯେଉଁ ପ୍ଲାଣ୍ଟ ପାଣି ପିଉଛନ୍ତି ତାହା କେତେ ସୁରକ୍ଷିତ ସେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଗ୍ରାମବାସୀ କହିଛନ୍ତି। ତେବେ କୌଣସି ସୁବିଧା ନ ଥିବାରୁ କୂଅ ପାଣି ଅପେକ୍ଷା ଉକ୍ତ ପାଣି ଭଲ ବୋଲି ଗ୍ରାମର କେତେଜଣ ମତ ଦେଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି, ଉକ୍ତ ଗ୍ରାମରେ ୩ ନଳକୂପ ରହିଛି ା ସେହି ପାଣି ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କିନ୍ତୁ ସେମାନେ ଶୁଣୁନାହାନ୍ତି ା ପୁଣି ଲୋକଙ୍କୁ ସଚେତନ କରାଯିବ ଏବଂ ଗ୍ରାମରେ ଥିବା ଏକ କୂଅରେ ବ୍ଲିଚିଂ ପକାଯାଇଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି।