ବିହାର ଯିବା ଅପେକ୍ଷାରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ

ବାସୁଦେବପୁର, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିହାର ଯିବା ପାଇଁ ବାସୁଦେବପୁରଠାରେ ମଙ୍ଗଳବାର ସକାଳୁ ଅଟକି ରହିଛନ୍ତି। ଧାମରାରୁ ଚାଲି ଚାଲି ପ୍ରାୟ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ କରି ଶ୍ରମିକମାନେ ବାସୁଦେବପୁରରେ ପହଞ୍ଚିଥିଲେ। ଏହାପରେ ବାସୁଦେବପୁର ଥାନା, ତହସିଲ ଓ ବସ୍‌ଷ୍ଟାଣ୍ଡରେ ସେମାନେ ବସିରହିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଧାମରା ଅଞ୍ଚଳରେ କାର୍ଯ୍ୟରତ ଥିବା ଏହି ଶ୍ରମିକମାନେ କରୋନା ଲକ୍‌ଡାଉନ ଯୋଗୁ ସେମାନେ ନିଜର ଜୀବିକା ହରାଇସାରିଛନ୍ତି। ପାଖରେ ଟଙ୍କା ନ ଥିବା ବେଳେ ବିଭିନ୍ନ ଅସୁବିଧା ହେବାରୁ ଶ୍ରମିକମାନେ ଏବେ ବିହାର ଯିବାକୁ ବାହାରିଛନ୍ତି। ତେବେ ଘରକୁ ଯିବା ଲାଗି ପ୍ରଶାସନ ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।