Categories: ଜାତୀୟ

ବିହାର ବୋର୍ଡ ମାଟ୍ରିକ୍‌ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ

ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ ସେ ୪୮୧ ନମ୍ବର ରଖିଛନ୍ତି। ରାଜ୍ୟରେ ଚଳିତ ବର୍ଷ ପାସ୍‌ ହାର ୮୦.୫୯ ପ୍ରତିଶତ ରହିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୧୪ ଲକ୍ଷ ୯୪ ହଜାର ୭୧ ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ୩୩୯ ଜଣ ପ୍ରଥମ ଶ୍ରେଣୀ, ୫ ଲକ୍ଷ ୨୪ ହଜାର ୨୧୭ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୨ ଲକ୍ଷ ୭୫ ହଜାର ୪୦୨ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

Share