Categories: ଜାତୀୟ

ବିହାର କୋର୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ମାମଲା

ପାଟନା,୨୯ା୯ (ଆଇଏଏନ୍‌ଏସ୍‌): ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତିସଂଘରେ ଇମ୍ରାନ ଭାରତକୁ ଆଣବିକ ଯୁଦ୍ଧ ଧମକ ଦେବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଏହା ବିରୋଧରେ ଆଇନଜୀବୀ ସୁଧୀର କୁମାର ଓଝା ମୁଜାଫରପୁରର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ପିଟିଶନ୍‌ ଦାଏର କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଏତଲା ଦାଏର ପାଇଁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Share