Categories: ଜାତୀୟ

ବିହାର ଅଂଶୁଘାତରେ ତିନି ଦିନରେ ଗଲାଣି ୨୪୬ ଜୀବନ: ସଂସ୍କାର ପାଇଁ କାଠ ଅଭାବ

ପାଟଣା, ୧୮।୬: ବିହାରରେ ପ୍ରଚଣ୍ଡ ରୌନ୍ଦ୍ରତାପ ଯୋଗୁ ଜନଜୀବନ ଦୁର୍ବିସହ ହୋଇପଡିଛି। ସେଠାରେ ଅଂଶ୍‌ୁଘାତରେ ଗତ ୩ ଦିନ ମଧ୍ୟରେ ୨୪୬ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି ଏପରି ହୋଇଛି ଯେ, ମୃତଦେହଗୁଡିକୁ ଦାହ ପାଇଁ କାଠର ଅଭାବ ପଡିଛି। ଗୟା, ନାଳନ୍ଦା, ବୈଶାଳୀ, ଛପ୍ରା, ବେଗୁସରାୟ ଆଦି ଜିଲାରେ ଅଂଶୁଘାତରେ ଅଧିକ ମୃତ୍ୟୁବରଣ କରିଛନ୍ତି। ଗୟା ଜିଲାରେ ସର୍ବାଧିକ ଲୋକ ଅଂଶୁଘାତର ଶିକାର ହୋଇଥିବାବେଳେ ସେଠାରେ ୧୪୪ଧାରା ଜାରି କରାଯାଇଛି। ବିଷ୍ଣୁପଦ ଶ୍ମଶାନ ଘାଟରେ ଗତ ତିନିଦିନରେ ୩୦୦ ମୃତଦେହ ଦାହ କରାଯାଇଛି। ଗୋଟିଏ ଚିତା ଜଳିବା ଶେଷ ହୋଇ ନ ଥିଲାବେଳେ ଆଉ ଗୋଟେ ମୃତଦେହ ଆସି ପହଞ୍ଚୁଛି। ଫଳରେ ସେଠାରେ କାଠର ଅଭାବ ଦେଖାଦେଇଛି।

Share