ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା

ପାଟ୍‌ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍‌ନାରେ ଆୟୋଜିତ ଫିଲ୍ମ ପ୍ରମୋଶନ କାର୍ଯ୍ୟକ୍ରମରେ ବିବାହକୁ ନେଇ ଆଗାମୀ ଯୋଜନା ବିଷୟରେ କଙ୍ଗନାଙ୍କୁ ପଚରା ଯାଇଥିଲା। ଉତ୍ତରରେ କଙ୍ଗନା କହିଛନ୍ତି, ପୂର୍ବେ ଝିଅଟିଏ ନିଜ ପସନ୍ଦରେ ବିବାହ କରୁଥିଲା। ଏବେ ଏହି ପରମ୍ପରା ଶେଷ ହୋଇ ଆସିଲାଣି। ମୁଁ କେଉଁଭଳି ଭାବେ ବିବାହ ପାଇଁ ପୁଅ ପସନ୍ଦ କରିବି। ଏଣୁ ବିବାହ ପାଇଁ ଏଠାରେ ସ୍ବୟଂବରର ଆୟୋଜନ କରନ୍ତୁ। ଭଲ ବିହାରୀ ପୁଅ ମିଳିଗଲେ ସେଟଲ ହୋଇଯିବି।

ଏହି ଅବସରରେ ଆଗାମୀ ଦିନରେ ସେ ଅଯୋଧ୍ୟା ପରେ ଫିଲ୍ମ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଉପରେ କାମ କରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ କଙ୍ଗନା ରବି କିଶନଙ୍କ ସହ ଭୋଜପୁରୀ ଗୀତରେ ମନଭରି ନାଚିଥିଲେ। ଏହି ସମୟର କିଛି ଫଟୋ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ନିଜ ଟୁଇଟରରେ ଶେୟାର କରିଛନ୍ତି।

Share