Categories: ଜାତୀୟ

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ ସଚିବ ଆଦି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ବନ୍ୟାରେ ବିହାରର ଅଧିକାଂଶ ଜିଲାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ପର୍ଯ୍ୟନ୍ତ ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ହେବା ସହ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ହେକ୍ଟର ହେକ୍ଟର ଅଞ୍ଚଳ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Share