ବିହାରରେ ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଶିବସେନା କହିଲା ବାକି ରାଜ୍ୟ କ’ଣ ପାକିସ୍ତାନରେ

ମୁମ୍ବାଇ,୨୪ ।୧୦: ବିହାର ବିଧାନସଭା ନିର୍ବାଚନ ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ଆକର୍ଷିତ କରିବାକୁ କହିଛି କରୋନା ଟିକା ଆସିଯିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ଏହାକୁ ନେଇ ରାଜ୍ୟରେ ରାଜନୈତିକ ପରିବେଶ ହୋଇଛି ସରଗରମ । ଏହାକୁ ନେଇ ଶିବସେନା ଲଗାତାର ଭାଜପାକୁ ଟାର୍ଗେଟ କରୁଛି । ଗୋଟିଏ ଦିନ ପୂର୍ବରୁ ଶିବାସନା ନେତା ସଞ୍ଜୟ ରାଉତ କହିଥିଲେ ଭାଜପା ଯାହା କହିଛି ସେଥିରୁ ସ୍ପଷ୍ଟ ହେଉଛି ଯେ ଯେଉଁମାନେ ଭାଜପାକୁ ଭୋଟ ଦେବେ ସେମାନଙ୍କୁ କରୋନା ଟିକା ମିଳିବ । ଏବେ ଶିବସେନାର ମୁଖପତ୍ର ସାମନାରେ କୁହାଯାଇଛି ପ୍ରକୃତରେ ଭାଜପାର ଅସଲ ନୀତି କ’ଣ, ଏହାର ଦିଶା-ନିର୍ଦ୍ଦେଶ କ’ଣ ଏହାକୁ ନେଇ ସାମାନ୍ୟ ଭ୍ରମ ଧାରଣା ସୃଷ୍ଟି ହେଉଛି । ଏବେ ସାମନାରେ କୁହାଯାଇଛି କି ଭାଜପା ତା’ର ଘୋଷଣା ପତ୍ରରେ ଯେଉଁ ପ୍ରଥମ ଘୋଷଣା କରିଛି ଯେ ବିହାରବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ । ତା’ହେଲେ ଅନ୍ୟ ରାଜ୍ୟ ସବୁ କ’ଣ ପାକିସ୍ତାନରେ ରହିଛି, ନା ଅନ୍ୟ ରାଜ୍ୟକୁ କରୋନା ଟିକା ପୁତିନ ଦେବେ ।

Share