Categories: ଜାତୀୟ

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲଜିପି)ଏମ୍‌ପି ଚିରାଗ ପାଶଓ୍ବାନ। ଚିରାଗ ହୋଟେଲରେ ମସ୍ତି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ମସ୍ତିକ ଜ୍ୱରରେ ଏପର୍ଯ୍ୟନ୍ତ ୧୦୫ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ମୁଜାଫରପୁରରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଅଂଶୁଘାତରେ ମଧ୍ୟ ରାଜ୍ୟରେ ୨୪୬ ଜଣଙ୍କ ମୃତ୍ୟୁ ହେଲାଣି। ଏଭଳି ସମୟରେ ଜଣେ ଏମପି ଭାବେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଆଶ୍ୱାସନା ଦେବା ପରିବର୍ତ୍ତେ ସାଙ୍ଗଙ୍କ ସହ ମିଶି ପାର୍ଟି କରିବା କେତେଦୂର ଠିକ୍‌ ବୋଲି ସୋସିଆଲ୍‌ ମିଡିଆ ୟୁଜର୍ସମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଏଲଜିପି ସୁପ୍ରିମୋ ରାମବିଳାଶ ପାଶଓ୍ବାନଙ୍କ ପୁଅ ଚିରାଗ ବିହାରର ଜମୁଇ ଲୋକ ସଭା ଆସନରୁ ଏମପି ଅଛନ୍ତି। ଜଣେ ରାଜନେତା ହେବା ସାଙ୍ଗକୁ ସେ ଜଣେ ଅଭିନେତା ମଧ୍ୟ। ଏଲଜିପି ଭାଜପା ସରକାରର ସହଯୋଗୀ ଦଳ କାମ କରୁଛି।

Share