Categories: ଜାତୀୟ

ବିହାରରେ ପୁଣି ଶାସନ ଡୋରି ଧରିବ ଜେଡିୟୁ-ଭାଜପା ମେଣ୍ଟ

ବୈଶାଳି,୧୬।୧: ବିହାରରେ ପୁଣି ଥରେ ଶାସନ ଡୋରି ଜେଡିୟୁ-ଭାଜପା ମେଣ୍ଟ ହାତକୁ ଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ସମର୍ଥନ କରି ଶାହ ବିହାର ଗସ୍ତରେ ଯାଇ ବୈଶାଳିଠାରେ ଆୟୋଜିତ ଏକ ସାଧାରଣ ସଭାରେ ଏହା ପ୍ରକାଶ କରିଛନ୍ତି। ସିଏଏ ଏବଂ ଏନ୍‌ଆର୍‌ସି ଦେଶର ଜନସାଧାରଣଙ୍କ ହିତ ପାଇଁ କରାଯାଇଛି ବୋଲି ଶାହ ଆଶ୍ୱାସନା ଦେଇଛନ୍ତି। ଜେଡିୟୁ-ଭାଜପା ମେଣ୍ଟରେ କେବେ ମଧ୍ୟ ଫାଟ ସୃଷ୍ଟି ହେବ ନାହିଁ। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମେଣ୍ଟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିବା ଶାହ ସୂଚନା ଦେଇଛନ୍ତି। ମେଣ୍ଟ ସଦସ୍ୟଙ୍କ ମଧ୍ୟରେ କେହି ଅସନ୍ତୁଷ୍ଟ ନାହାଁନ୍ତି। ଏନେଇ କିଛି ଗୁଜବ ଉଠୁଛି। ତେବେ ଏହାକୁ ବିଶ୍ୱାସ କରିବାର ଅନୁଚିତ ବୋଲି ସେ କହିଛନ୍ତି।

Share