ବିହନ ସଙ୍କଟରେ ଆଳୁଚାଷୀ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍‌/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ଯାଜପୁର ଅଫିସ୍‌/ ବଲାଙ୍ଗୀର ଅଫିସ୍‌, ୧୫ା୧୧
ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ ମୂଲ୍ୟକୁ ଦେଖି ବିଭିନ୍ନ ଜିଲାରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ତେବେ ଶୀତଳଭଣ୍ଡାର ଅଭାବ ଏବଂ ଉପଯୁକ୍ତ ସମୟରେ ସରକାରୀ ବିହନ ନ ମିଳିବା ଚାଷୀମାନଙ୍କ ଏଭଳି ଉତ୍ସାହ ଆଗରେ ପ୍ରତିବନ୍ଧକ ସାଜିଛି। ଏ କ୍ଷେତ୍ରରେ କେନ୍ଦ୍ରାପଡ଼ା, ଗଜପତି, ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ।
କେନ୍ଦ୍ରାପଡ଼ା ଜିଲାରେ ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଅଧିକ ଦାମ ଦେଇ ଚାଷୀମାନେ ବିହନ କିଣୁଛନ୍ତି। ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଚଳିତ ବର୍ଷ ୧ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି ୧ କିଲୋଗ୍ରାମ ମଧ୍ୟ ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ନାହିଁ। ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଚଳିତବର୍ଷ ଆଳୁଚାଷକୁ ଚାଷୀ ଅଧିକ ଗୁରୁତ୍ୱ ଦେଇଛନ୍ତି। ବନ୍ୟା ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡ଼ି ଦେଇଛି। ଆଳୁଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଚାଷୀ ଏନେଇ ଜିଲା ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି ଏବଂ ନିରାଶ ହୋଇ ଫେରୁଛନ୍ତି। ଚାଷୀଙ୍କ ହାଡ଼ଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କିଲୋ ୪୫ ଟଙ୍କା ଥିବାବେଳେ ସରକାରୀ ବିହନ କିଲୋ ପ୍ରତି ୧୧.୨୫ ପଇସାରେ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ କ୍ଷେତ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାର ଆଳୁବିହନ ଉପରେ ଭରସା ନ ଥିବାବେଳେ ୧୩ ଏକର ଜମିରେ ଆଳୁଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୧୫ରେ ରାଜ୍ୟରେ ଆଳୁ ନ ମିଳିବା ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିବର୍ଷ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୭ ବର୍ଷ ପୂରଣ ହେବ। ଆଳୁ ବିହନ ନ ଥିବା ବେଳେ ଜିଲାରେ ଶୀତଳଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ। ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହିତ ଶୀତଳଭଣ୍ଡାର ସ୍ଥାପନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ସୁକୁମାର ଦତ୍ତ କହିଛନ୍ତି, ବିହନ ପାଇଁ ଇଣ୍ଡେଣ୍ଟ ଯାଇଛି। ଜିଲାକୁ ବିହନ ଆସି ନାହିଁ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିହନ ପହଞ୍ଚତ୍ୟିବ ବୋଲି ଉପନିର୍ଦ୍ଦେଶକ ଦତ୍ତ ପ୍ରକାଶ କରିଛନ୍ତି।
ଗଜପତି ଜିଲାରେ ଚାଷୀମାନେ ଧାନ, ମାଣ୍ଡିଆ, ବାଜରା, ମୁଗ, ବିରି, କାନ୍ଦୁଲ ସାଙ୍ଗକୁ ବିଭିନ୍ନ ଫଳ ପରିବା ଚାଷ କରିଥାନ୍ତି । ଗତ ଦୁଇ ବର୍ଷ ହେଲା ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବାପରେ ଏହି ଚାଷ ପ୍ରତି ଉତ୍ସାହ ବଢ଼ିଛି। ଆଳୁ ଉତ୍ପାଦନ ନିମନ୍ତେ ଜିଲାର ବିଭିନ୍ନ ଅଞ୍ଚଳର ମାଟି ବେଶ୍‌ ଅନୁକୂଳ। ଗତବର୍ଷ ଜିଲାରେ ୧୦୫ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ବିହନ ରୁଆଯାଇଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ଅମଳ ୧୨ରୁ ୧୩ ଟନ ମଧ୍ୟରେ ହୋଇଥିଲା। କିନ୍ତୁ ଚଳିତବର୍ଷ ନଭେମ୍ବରର ୨ ସପ୍ତାହ ବିତିଗଲାଣି, କିନ୍ତୁ ଚାଷୀଙ୍କ ପାଖରେ ସରକାରୀ ବ୍ୟବସ୍ଥାରେ ବିହନ ପହଞ୍ଚତ୍ ପାରିଲା ନାହିଁ। ଜିଲାରେ ମୁଖ୍ୟତଃ ମୋହନା ବ୍ଲକରେ ୬୦ରୁ ୭୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଛି। ଏହାବାଦ ଆର.ଉଦୟଗିରି ବ୍ଲକରେ ୧୫ ହେକ୍ଟର, ଗୁମ୍ମା ବ୍ଳକରେ ୧୬ ହେକ୍ଟର, ନୂଆଗଡ଼ ବ୍ଲକରେ ୧୫ ହେକ୍ଟର, ଗୋସାଣି ବ୍ଲକରେ୧୦ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ଆଳୁଚାଷ କରାଯାଉଛି। ଚଳିତବର୍ଷ ମଧ୍ୟ ୧୧୬ ହେକ୍ଟର ଜମିରେ ଆଳୁଚାଷ କରିବା ପାଇଁ ଲକ୍ଷ୍ୟ ରଖିଛି ଉଦ୍ୟାନ କୃଷି ବିଭାଗ। ଚାଷୀମାନେ ମଧ୍ୟ କ୍ଷେତ ପ୍ରସ୍ତୁତ କରି ରହିଛନ୍ତି। କିନ୍ତୁ ସରକାରୀ ବିହନ ପହଞ୍ଚତ୍ ପାରିନାହିଁ। ବଜାରରୁ କିଲୋଗ୍ରାମ ପିଛା ୪୭ ଟଙ୍କା ଦରରେ ବିହନ କିଣି ଆଣି ଚାଷ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏଭଳିସ୍ଥଳେ ଆଳୁ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିବା ବୃଥା ବୋଲି ଚାଷୀମାନେ କହୁଛନ୍ତି। ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ରେଢ଼ାଲ ଗ୍ରାମର ଚାଷୀ ବାବିଲ ରଇତ ଏବଂ ତାରଭା ପଞ୍ଚାୟତ ତାରଭା ଗ୍ରାମର ଚାଷୀ ସୂଜନ ଭୂୟଁା କହିଛନ୍ତି ଯେ, ଯଦି ବିହନ ମିଳିବାରେ ଅଧିକ ବିଳମ୍ବ ହୁଏ, ତେବେ ଆଳୁଚାଷରୁ କୌଣସି ଫାଇଦା ମିଳିବନି। କାରଣ ମାଟିର ଆର୍ଦ୍ରତା ରହିବନି। ମୁଖ୍ୟତଃ ଜିଲାରେ ଜଳାଭାବ ସମସ୍ୟା ରହୁଥିବାରୁ ମାଟି ଶୁଷ୍କ ହୋଇଗଲେ ଆଳୁ ଚାଷ ପାଇଁ ତାହା ଅନୁକୂଳ ହେବ ନାହିଁ ବୋଲି ସେ କହିଛନ୍ତି। ଉଦ୍ୟାନ କୃଷି ବିଭାଗ ଅଧିକାରୀ ସୁଶାନ୍ତ କୁମାର ଦାସ ଚାଷୀଙ୍କୁ ଚଳିତବର୍ଷ ଆଳୁ ବିହନ ଯୋଗାଇବା ବିଳମ୍ବ ହୋଇଥିବା ସ୍ବୀକାର କରିଛନ୍ତି। ଏନେଇ ସେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍‌ଶୀଘ୍ର ଚାଷୀଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ଦାସ କହିଛନ୍ତି ।
ଆଳୁ ହେଉଛି ଅଧିକ ଖିଆଯାଉଥିବା ପରିବା। ହେଲେ ନିଅଣ୍ଟିଆ ଆଳୁଚାଷ ସହ ଆବଶ୍ୟକ ଶୀତଳଭଣ୍ଡାରର ଅଭାବରୁ କିଲୋ ପ୍ରତି ୧୫ ଟଙ୍କା ସ୍ଥଳେ ଲୋକେ ୨୦ରୁ ୨୫ ଟଙ୍କା ମଧ୍ୟରେ କିଣୁଛନ୍ତି। ଯାଜପୁର ଜିଲାରେ ୨୦୨୨-୨୩ ବର୍ଷ ରବିଋତୁରେ ୨୦୦ ହେକ୍ଟର ଜମିରେ ଆଳୁଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ଅନୁସାରେ ୩୦୦୦ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି। ଯାଜପୁର ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟରୁ ଆସନ୍ତା ୧୫ ତାରିଖ ସୁଦ୍ଧା ଆଳୁ ବିହନ ଯୋଗାଇ ଦେବାକୁ ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ୫ ତାରିଖରେ ଅନୁରୋଧ କରାଯାଇଛି। କିନ୍ତୁ ଚାଷୀମାନେ ଆଳୁଚାଷ କରିବାକୁ ସଜବାଜ ହେଉଥିବାବେଳେ ସରକାରୀ ବିହନ ଏଯାଏ ପାଇ ନଥିବା ସୂଚନା ମିଳିଛି। ରସୁଲପୁର ବ୍ଲକ ଭଗୀରଥପୁରର ଆଳୁଚାଷୀ ବାସନ୍ତୀ ବେହେରା କୁହନ୍ତି, ସରକାରୀ ସହାୟତା ମିଳବା ଆଶା ଦିଶୁ ନାହିଁ। ତେଣୁ ନିଜ ଜମିରେ ଆଳୁଚାଷ କରିବାକୁ ବଜାରରୁ ୫୦ କେଜି ଆଳୁ ପ୍ୟାକେଟକୁ ୪୬୦ ଟଙ୍କାରେ କିଣି ଆଣି ଗଜା କରିଛୁ। ସିଂହାପୁର ଗ୍ରାମର ଚାଷୀ ଜୟନ୍ତ ରାଉତ କୁହନ୍ତି, ଆଳୁଚାଷ ପାଇଁ ଜମି ତିଆରି କରି ଅପେକ୍ଷାରେ ରହିଛୁ, କିନ୍ତୁ ଏଯାଏ ସରକାରୀ ଆଳୁ ବିହନ ମିଳିପାରିନାହିଁ। ୧୫ ତାରିଖ ସୁଦ୍ଧା ଆଳୁ ମିଳିଯିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଅନ୍ୟପକ୍ଷେ ଯାଜପୁର ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଆଳୁଚାଷ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି। ଏଥିପାଇଁ ଆବଶ୍ୟକ ବିହନ ଯୋଗାଇ ଦେବାକୁ ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ ପରିଚାଳନା ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। ଯେଉଁମାନେ ଆଳୁଚାଷ କରିବାକୁ ଆଗ୍ରହୀ ସେମାନଙ୍କୁ ରିହାତିରେ ବିହନ ଯୋଗାଇ ଦିଆଯିବ।
ବଲାଙ୍ଗୀର ଜିଲାରେ ୨୦୨୧-୨୨ ବର୍ଷରେ ୧୨୦ ହେକ୍ଟର ଜମିରେ ଆଳୁଚାଷ ହୋଇଥିଲା। ଚଳିତବର୍ଷ ଅର୍ଥାତ୍‌ ୨୦୨୨-୨୩ ପାଇଁ ଜିଲାରେ ସରକାରୀ ଭାବେ ୨୦୫ ହେକ୍ଟର ଜମିରେ ଆଳୁଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗଲପୁର ବ୍ଳକ୍‌ ଅନ୍ତର୍ଗତ ରିନବଚନ ଗ୍ରାମ ଆଳୁଚାଷ ପାଇଁ ସୁବିଖ୍ୟାତ। ଏହି ଗଁାରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀମାନେ ନିଜସ୍ବ ଉଦ୍ୟମରେ ପାରମ୍ପରିକ ଆଳୁଚାଷ କରିଆସୁଛନ୍ତି। ପୂର୍ବରୁ ଏହି ଗଁାରେ ୪ ଶହରୁ ଊର୍ଦ୍ଧ୍ୱ ଏକର ଜମିରେ ଆଳୁଚାଷ ହେଉଥିଲା। ତେବେ ପାଣି ଅଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ବହୁ ଚାଷୀ ଚାଷ ଛାଡ଼ିଦେଇଥିଲେ। ତେବେ ସରକାରୀ ପ୍ରୋତ୍ସାହନ ମିଳିବା ପରେ ପୁଣି ଥରେ ଆଳୁଚାଷ ବୃଦ୍ଧି ପାଇଛି। ଏହି ଗଁାର ଚାଷୀ ନିର୍ମଳ ସାହୁ କହିଛନ୍ତିି ଯେ, ତାଙ୍କ ପରିବାର ପୁରୁଷାନୁକ୍ରମେ ଚାଷ କରିଆସୁଛନ୍ତି। ଗତବର୍ଷ ସରକାରୀ ପ୍ରୋତ୍ସାହନ ରାଶି ମିଳିଥିଲା। ବୀମା ମଧ୍ୟ କରାଯାଇଥିବାରୁ ଜଳବାୟୁ ପରିବର୍ତ୍ତନ କାରଣରୁ ଆଳୁଚାଷ ନଷ୍ଟ ହେଲେ କ୍ଷତିପୂରଣ ମିଳୁଛି। ମାତ୍ର ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ ଆଳୁ ଉପାର୍ଜନ କଲା ପରେ ଅତ୍ୟନ୍ତ କମ୍‌ ମୂଲ୍ୟରେ ଆଳୁ ବିକ୍ରି କରିଦେଉଛନ୍ତି। ଚାଷୀଙ୍କୁ ଉଚିତ୍‌ ମୂଲ୍ୟ ମିଳୁନାହିଁ। ସରକାର ଜିଲାର ବିଭିନ୍ନ ଅଞ୍ଚଳରେ ଶୀତଳଭଣ୍ଡାର ବ୍ୟବସ୍ଥା କଲେ ଚାଷୀ ଲାଭବାନ ହୁଅନ୍ତେ। ଆଳୁ ଅମଳ ପରେ ଶୀତଳଭଣ୍ଡାରରେ ସାଇତି ରଖି ଚଢ଼ାଦର ସମୟରେ ବିକ୍ରି କଲେ ଉଭୟ ଚାଷୀ ଏବଂ ଉପଭୋକ୍ତା ଲାଭବାନ ହୁଅନ୍ତେ। ଏହାସହିତ ପାଣି ଅଭାବ ସମୟରେ ପାଣି ବ୍ୟବସ୍ଥା ଏବଂ ସରକାରୀ ସ୍ତରରେ ଆଳୁ କିଣିବା ବ୍ୟବସ୍ଥା ହେଲେ ଆଳୁଚାଷୀ ଆହୁରି ଲାଭବାନ ହୁଅନ୍ତେ ବୋଲି ସାହୁ କହିଛନ୍ତି। ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ କହିଛନ୍ତି, ଜିଲାର ୧୪ ବ୍ଲକର ଅଗ୍ରଣୀ ଏବଂ ଆଗ୍ରହୀ ଚାଷୀଙ୍କୁ ଆଳୁଚାଷ କରିବା ପାଇଁ ବିଭିନ୍ନ ସରକାରୀ ବ୍ୟବସ୍ଥା କରାଯାଇଛି। ପ୍ରୋତ୍ସାହନ ରାଶି ଭାବେ ହେକ୍ଟର ପିଛା ଆଳୁଚାଷୀଙ୍କୁ ୫ ହଜାର ୮ ଶହ ଟଙ୍କା ଦିଆଯାଉଛି।

ଅନିଲ ଦାସ, ଜଗନ୍ନାଥ ଧଳ, ଗିରିଧାରୀ ପରିଚ୍ଛା, ହର୍ଷବର୍ଦ୍ଧନ ବେହେରା, ବୀରେନ୍ଦ୍ର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri