ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା ଏବଂ ୮ଟି ଚୌକା ମାରିଥିଲେ। ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର। ସେ ଭୁବନେଶ୍ୱର କୁମାର ଏବଂ ଜୋଶ ହାଜେଲଉଡ ଭଳି ଅଭିଜ୍ଞ ବୋଲରଙ୍କ ବିପକ୍ଷରେ ମଧ୍ୟ ପ୍ରବଳ ସ୍କୋର କରିଥିଲେ। ପୂର୍ବ ମ୍ୟାଚ୍ର ସେ ପ୍ରଥମ ବଲରୁ ଜସପ୍ରୀତ ବୁମରାଙ୍କ ବିପକ୍ଷରେ ମଧ୍ୟ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଏହି ବଡ଼ ବୋଲରମାନଙ୍କ ବିପକ୍ଷରେ ଖେଳିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି,ସେ ବଲ ଉପରେ ଧ୍ୟାନ ଦିଅନ୍ତି, ବୋଲର ଉପରେ ନୁହେଁ। ମୁଁ ଅଭ୍ୟାସରେ ଯାହା କରେ ତାହା କରିବାକୁ ଚେଷ୍ଟା କରେ, କିଛି ଅଧିକ କରିବାକୁ ଚେଷ୍ଟା କରେ ନାହିଁ ଏବଂ ମୋର ପ୍ରାକୃତିକ ଖେଳ ଉପରେ ବିଶ୍ୱାସ କରେ।
ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଜନ୍ମଦିନ କେକ କାଟିପାରି ନ ଥିଲେ କାରଣ ସେ ଶୀଘ୍ର ଶୋଇ ଯାଇଥିଲେ। RCB ବିପକ୍ଷ ବିଜୟ ପରେ ଯେତେବେଳେ ପଚରାଗଲା ଯେ, ସେ ଆଜି କେକ କାଟିବେ କି, ସେ ହସି କହିଥିଲେ, ଆଜି ନୁହେଁ। ମୋତେ ଆଜି ମଧ୍ୟ ଶୀଘ୍ର ଶୋଇବାକୁ ପଡିବ କାରଣ କାଲି ସକାଳେ ଆମର ଶୀଘ୍ର ଉଡ଼ାଣ ଅଛି।ନ୍
ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର ଏବଂ ଜୋଶ ହାଜେଲଉଡଙ୍କ ସାମ୍ନା କରିବା ବିଷୟରେ ପଚରାଯିବାରୁ, ବୈଭବ ସୂର୍ଯ୍ୟବଂଶୀ କହିଥିଲେ, ମୁଁ କେବେ ଚିନ୍ତା କରେ ନାହିଁ ଯେ ମୋ ସାମ୍ନାରେ କେଉଁ ବୋଲର ଅଛନ୍ତି। ମୁଁ କେବଳ ବଲ ଉପରେ ଧ୍ୟାନ ଦିଏ, ବୋଲର କିଏ ତାହା ଉପରେ ନୁହେଁ। ମୋର ବାପା ଏବଂ ପ୍ରଶିକ୍ଷକ ସବୁବେଳେ ମୋତେ କୁହନ୍ତି ଯେ ଏହି ଯାତ୍ରା ଏକ ଲମ୍ବା, ତେଣୁ ଅନ୍ୟ ଜିନିଷ ଦ୍ୱାରା ବିଚଳିତ ନ ହୋଇ ମୋର ପ୍ରକ୍ରିୟା ଏବଂ ମୋର ଖେଳ ଉପରେ ଧ୍ୟାନ ଦେବା ଉଚିତ।
ଏକ ବିସ୍ଫୋରକ ଇନିଂସ ଖେଳିବା ପରେ ମଧ୍ୟ ଆଉଟ ହେବା ପରେ ତାଙ୍କ ନିରାଶା ବିଷୟରେ ପଚରାଯିବାରୁ ସେ କହିଥିଛନ୍ତି, ଯଦି ମୁଁ ଉଇକେଟରେ ରହିଥାନ୍ତି, ତେବେ ମୁଁ ୧୦-୨୦ ଅଧିକ ରନ କରିପାରିଥାନ୍ତି କିମ୍ବା ୧-୨ ଓଭର ପୂର୍ବରୁ ଲକ୍ଷ୍ୟ ହାସଲ କରିପାରିଥାନ୍ତି। ମୁଁ ନିରାଶା ଏଥିପାଇଁ ହୁଏ ହେ, ମୁଁ ଇଚ୍ଛା କରେ ମୁଁ ଆଉ ଟିକିଏ ଅଧିକ ସମୟ ଖେଳିପାରିଥାନ୍ତି।
Dharitri – Odisha’s No.1 Odia Daily

