ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା ୨୦ ଫୁଟ ତଳକୁ ଖସି ଯାଉଛି। ଜନସଂଖ୍ୟା ତୁଳନାରେ ପାନୀୟଜଳ ମିଳୁ ନ ଥିବାରୁ ସହରବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷେ ବିସ୍ଥାପିତଙ୍କ ବିରୋଧ ଯୋଗୁ ଜମ୍ଭିରା ଜଳ ପ୍ରକଳ୍ପ କାମ ମଧ୍ୟ ଅଟକି ରହିଛି।
ବାରିପଦା ସହର ଜନସଂଖ୍ୟା ୧ ଲକ୍ଷ ୨୦ ହଜାର। ଏହି ଲୋକଙ୍କ ପାଇଁ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଜଳ ଯୋଗାଣ କରିଥାନ୍ତି। ସହରବାସୀଙ୍କ ପାଇଁ ପ୍ରତ୍ୟହ ୧୮.୬୦ ମିଲିୟନ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ମିଳୁଛି ୧୬.୩୦ ମିଳିୟନ ଲିଟର। ସହରରେ ୩୩୦ ଫୁଟ ବିଶିଷ୍ଟ ୬୨ଟି ଗଭୀର ନଳକୂଅ, ୩୬୭ଟି ନଳକୂଅ ଓ ୪୫୬ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଏଥିରୁ ଲୋକେ ପାନୀୟଜଳ ସଂଗ୍ରହ କରିଥାନ୍ତି। ଦିନକୁ ୩ ଘଣ୍ଟା ପାଣି ଯୋଗାଇ ଦିଆଯାଇଥାଏ। ସହରରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରେ ପାଣି ପାଇପ ସଂଯୋଗ କରିଛନ୍ତି। ସହରର ପାନୀୟଜଳ ବ୍ୟବସ୍ଥା ପାଇଁ ୧୦୪ କିମି ପାଇପ ଲାଇନ ବିଛାଯାଇଛି। ଅନ୍ୟପକ୍ଷେ ୨୦୨୦ ନଭେମ୍ବର ସୁଦ୍ଧା ସହରରେ ଜମ୍ଭିରା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଓ ଏହା କାର୍ଯ୍ୟକାରୀ ହେଲେ ଆଉ ଜଳ ସମସ୍ୟା ଦେଖା ଦେବ ନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଜମ୍ଭିରା ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ୧୧ଟି ଗ୍ରାମର ୧୩୦୪ ପରିବାର ପୁନଃ କ୍ଷତିପୂରଣ ଦାବି କରୁଥିବାରୁ ଡ୍ୟାମ ନିକଟରେ ହେବାକୁ ଥିବା କାର୍ଯ୍ୟ ଆଗେଇପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିଘ୍ନେଶ୍ୱର ପାଣି ସୂଚନା ଦେଇଛନ୍ତି।
୮୪.୨୨ କୋଟି ଟଙ୍କୀ ବ୍ୟୟ ଅଟଳଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିରେ ୧୨୨ କିମି ପାଇପ ଲାଇନ ସଂଯୋଗ ହେବ। ଏହି ପ୍ରକଳ୍ପ ଜରିଆରେ ବାରିପଦା ସହରକୁ ୨୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ। ଫଳରେ ସହରରେ ଅଉ ପାଣି ସମସ୍ୟା ରହିବ ନାହିଁ। ଜମ୍ଭିରା ପ୍ରକଳ୍ପରୁ ୧୫ କିମି ଦୂର ପର୍ଯ୍ୟନ୍ତ ପାଇପ ଲାଇନ ଆସି ପିସିପୁରଠାରେ ୧୬ ମିଲିୟନ ଲିଟରର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟାରମ୍ଭ ହୋଇସାରିଛି। ୬ଟି ନୂଆ ଓଭରହେଡ ଟ୍ୟାଙ୍କି ନିର୍ମାଣ ହେବ। ଏହା ସହିତ ଆଗାମୀ ଦିନରେ ମ୍ୟୁନିସିପାଲିଟି ସହଯୋଗରେ ପ୍ରତି ୱାର୍ଡରେ ଜଳ ପରିମଳ କମିଟି ଗଠନ ହେବ। ଏଥିରେ ୧୨ ଜଣ ଲେଖାଏଁ ସଭ୍ୟାସଭ୍ୟ ରହିବେ। ସେମାନେ ଜଳର ବ୍ୟବହାର, ଅପବ୍ୟବହାର ସମ୍ପର୍କରେ ସଭା ସମିତି ମାଧ୍ୟମରେ ଲୋକଙ୍କୁ ବୁଝାଇ ନିଜ ଘରେ ପାନୀୟଜଳ ପାଇପ ସଂଯୋଗ ପାଇଁ ପରାମର୍ଶ ଦେବେ। ସେହିପରି ଭୂତଳ ଜଳ କମୁଥିବା କାରଣ ସମ୍ପର୍କରେ ପରିବେଶବିତ ମାନସ ବେହେରାଙ୍କ ସହିତ ଆଲୋଚନା କରିବାରୁ ପ୍ରତି ବର୍ଷ ଜିଲାରେ ବର୍ଷାର ପରିମାଣ କମି କମି ଯାଉଛି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୂତଳ ଜଳ ମାପିବା ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବଡିର ଦାୟିତ୍ୱ। ସେମାନେ ପ୍ରତି ଅଞ୍ଚଳର ଭୂତଳ ଜଳ ମାପି ରିପୋର୍ଟ ଦେଇଥାନ୍ତି। ତେବେ ବାରିପଦା ସହରରେ ଭୂତଳ ଜଳ ତଳକୁ ଖସୁଥିବା ଆଦୌ ଠିକ୍ ନୁହେଁ। କାରଣ ସହର ଦେଇ ନଦୀ ପ୍ରଭାବିତ ହେଉଥିବା ବେଳେ ଏହାକୁ ଲାଗି ଶିମିଳିପାଳ ଜଙ୍ଗଲ ରହିଛି। ଏପରିସ୍ଥଳେ ଭୂତଳ ଜଳ କିପରି କମୁଛି ତାହା ପ୍ରଶ୍ନବାଚୀ। ଏହା ସହିତ ଲୋକେ ମଧ୍ୟ ପାଣିକୁ ଅପବ୍ୟବହାର ନ କରି ସଞ୍ଚୟକୁ ଗୁରୁତ୍ୱ ଦେବା କଥା। ଫଳରେ ଜଳ ଅଭାବ ଦେଖାଦେବନାହିଁ ବୋଲି ସେ କହିଛନ୍ତି।
Posted inHome, ଆମ ଜିଲା ଖବର, ମୟୂରଭଞ୍ଜ View All
ବଢ଼ିଲା ଗ୍ୟାସ୍ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର
ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…
ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ
ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…
ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ
ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…
ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…
ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…
ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ
ତେହରାନ୍/ଓ୍ବାଶିଂଟନ୍,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…
ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ
ନୂଆଦିଲ୍ଲୀ,୩୧।୩: ଆଇପିଏଲ୍ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
Archives

