Categories: ଜାତୀୟ

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ରାମନଗର ଥାନା ଅଞ୍ଚଳ ରାନିଗଞ୍ଜଠାରେ ଦାନବୀର ସିଂ ନାମକ ଜଣେ ବ୍ୟକ୍ତି ଦେଶୀ ମଦ ଦୋକାନ ଖୋଲିଛନ୍ତି। ସୋମବାର ଏହି ଦୋକାନରୁ ଆଖପାଖ ଅଞ୍ଚଳର ବହୁ ଲୋକ ମଦ ପିଇଥିଲେ। ପରେ କିଛି ଲୋକ ଅସୁସ୍ଥ ଅନୁଭବ କରି ଘରେ ମୃତ୍ୟୁବରଣ କରିଥିଲାବେଳେ ଆଉ କିଛି ଲୋକଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଫେବୃଆରୀରେ ସାହାରନପୁରରେ ବିଷାକ୍ତ ମଦ ପିଇ ୫୦ଜଣଙ୍କ ମୃତ୍ୟୁ ହୋଇଥିଲା।

Share