Categories: ଜାତୀୟ

ବିଷାକ୍ତ ମଦ ନେଲାଣି ୧୪ ଜୀବନ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶର ବାରବାଙ୍ଗୀ ଜିଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ଜଣ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପପୁ ଜଶଓ୍ବାଲଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ରାମନଗର ଥାନା ଅଞ୍ଚଳ ରାନିଗଞ୍ଜଠାରେ ଦାନବୀର ସିଂ ନାମକ ଜଣେ ବ୍ୟକ୍ତି ଦେଶୀ ମଦ ଦୋକାନ ଖୋଲିଛନ୍ତି। ସୋମବାର ଏହି ଦୋକାନରୁ ଆଖପାଖ ଅଞ୍ଚଳର ବହୁ ଲୋକ ମଦ ପିଇଥିଲେ। ପରେ କିଛି ଲୋକ ଅସୁସ୍ଥ ଅନୁଭବ କରି ଘରେ ମୃତ୍ୟୁବରଣ କରିଥିଲାବେଳେ ଆଉ କିଛି ଲୋକଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣଙ୍କ ଜୀବନ ଯାଇଛି। ଗତ ଫେବୃଆରୀରେ ସାହାରନପୁରରେ ବିଷାକ୍ତ ମଦ ପିଇ ୫୦ଜଣଙ୍କ ମୃତ୍ୟୁ ହୋଇଥିଲା।

Share