ବିଷାକ୍ତ ଖାଦ୍ୟଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷ ଦେଇଥିଲେ ସାନ ଭାଇଙ୍କ ସ୍ତ୍ରୀ

ଖଣ୍ଡପଡ଼ା,୨୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ବୋଦସା ପଞ୍ଚାୟତ ଗୋଲା ସାହିରେ ଗତ ୧୫ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ଦମ୍ପତି ଭାଗୀରଥି ସ୍ବାଇଁ(୬୦) ଓ ତାଙ୍କ ସ୍ତ୍ରୀ କୌଶଲ୍ୟା(୫୪)ଙ୍କ ହୋଇଥିବା ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ଜାଗା ବିବାଦକୁ ନେଇ ଦମ୍ପତିଙ୍କୁ ଖାଦ୍ୟରେ ବିଷ ଦିଆଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଭାଗୀରଥିଙ୍କ ସାନଭାଇ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ନର୍ମଦା ଏହି କାଣ୍ଡ ଘଟାଇଛନ୍ତି। ସେ ତାଙ୍କ ଭଉଣୀଭିଣୋଇଙ୍କ କଥାରେ ଏପରି କରିଥିବା ସ୍ବୀକାର କରିଛନ୍ତି। ଏନେଇ ଥାନାରେ ମୃତ ଦମ୍ପତିଙ୍କ ବଡ଼ପୁଅ ସୁବାସ ଅଭିଯୋଗ କରିଛନ୍ତି। ପୋଲିସ ମାମଲା (ନଂ-୧୬୨/୨୦) ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ନର୍ମଦା ଓ ତାଙ୍କ ଭଉଣୀଭିଣୋଇଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଦମ୍ପତିଙ୍କ ଏପରି ମୃତ୍ୟୁ ପରେ ଗ୍ରାମସଭାରେ ସବୁକଥା ଆଲୋଚନା ହୋଇଥିଲା। ଫଳରେ ଗ୍ରାମବାସୀଙ୍କ ଚାପରେ ଭାଗୀରଥିଙ୍କ ଭାଇବୋହୂ ନର୍ମଦା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ନର୍ମଦାଙ୍କ କହିବା ଅନୁସାରେ, ତାଙ୍କ ଭଉଣୀ ସୁକାନ୍ତି ପ୍ରଧାନ ଓ ଭିଣୋଇ ହରିହର ପ୍ରଧାନ ସେହି ଗ୍ରାମର ବାସିନ୍ଦା। ତେଣୁ ହରିହରଙ୍କ ଘର ନିକଟରେ ଭାଗୀରଥିଙ୍କ ଏକ ଖାଲି ଜାଗା ଥିବାରୁ ଏହାକୁ କେନ୍ଦ୍ରକରି ସବୁବେଳେ ହରିହରଙ୍କ ସହ ଭଗୀରଥିଙ୍କ ପାଟିତୁଣ୍ଡ ହୋଇ ଆସୁଥିଲା। ତେଣୁ ନର୍ମଦାଙ୍କ ଜରିଆରେ ଭାଗୀରଥି ଓ ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବିଷଦେଇ ମାରି ଦେବା ପାଇଁ ହରିହର ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ଚକ୍ରାନ୍ତ କରିଥିଲେ। ତେଣୁ ନର୍ମଦା ଖାଦ୍ୟରେ ଦମ୍ପତିଙ୍କୁ କୀଟନାଶକ ଦେଇଥିବା ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଗ୍ରାମବାସୀ ହରିହର ଓ ସୁକାନ୍ତିଙ୍କୁ ଅଟକରଖି ଶନିବାର ରାତିରେ ଖଣ୍ଡପଡା ପୋଲିସକୁ ଖବର ଦେଇଥିଲେ। ଖଣ୍ଡପଡା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ସଦଳବଳ ଗ୍ରାମରେ ପହଞ୍ଚତ୍ ହରିହର, ତାଙ୍କ ସ୍ତ୍ରୀ ସୁକାନ୍ତି ଓ ନର୍ମଦାଙ୍କୁ ଥାନାକୁ ଆଣିଥିଲେ। ଅନ୍ୟପକ୍ଷରେ ସୁରଟରେ ରହୁଥିବା ହରିହରଙ୍କ ସାନଭାଇ ଯୋଗୀନାଥ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। କାରଣ ଯୋଗୀନାଥ ମଝିରେମଝିରେ ଗ୍ରାମକୁ ଆସି ଭାଇ ଭାଉଜଙ୍କୁ କୁମନ୍ତ୍ରଣା ଦେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଦମ୍ପତି ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ବିଷକ୍ରିୟା ଯୋଗୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri