Categories: ଗଞ୍ଜାମ

ବିଷପାନ କରିଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଗଲା

ବ୍ରହ୍ମପୁର ଅଫିସ, ୨୦।୭: ଗଞ୍ଜାମ ଜିଲା ଏମ୍‌କେସିଜି ମେଡିକାଲରେ ବିଷ ପିଇ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ପିଶୁପଦର ଗାଁର କଳ୍ପନା କହଁର (୬୨)।
ପ୍ରକାଶ ଯେ, କଳ୍ପନାଙ୍କର ୨ ପୁଅ ଓ ବୋହୂ ଅଛନ୍ତି। ମାତ୍ର ସେମାନେ ତାଙ୍କୁ ପଚରାଉଚରା କରୁ ନ ଥିଲେ। ଏଣୁ କଳ୍ପନା ମାନସିକ ଭାରସାମ୍ୟ ହରାଇ ଗତ ୧୫ ତାରିଖ ସକାଳେ ବିଷପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଳ୍ପନାଙ୍କ ମୃତ୍ୟୁ ଘଟିଛି।