ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଦାରିଦ୍ର୍ୟ ହଟାଇବ ସାମାଜିକ ନ୍ୟାୟ

ପ୍ରତିବର୍ଷ ଫେବୃୟାରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି। ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇ ଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ ୨୦୦୯ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏକ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲ୍‌ଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ୍‌,୨୦୦୮ରେ କରାଯାଇଥିତ୍ଲା। ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲ୍‌ଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।
ବିଶ୍ୱରେ ୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ଏହା ସମ୍ଭବ ହୋଇପାରିବ। ବିଶ୍ୱରେ ୫ ଜଣରେ ଜଣେ ଶ୍ରମିକ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି। ଏଣୁ ୨୦୨୦ରେ ଏହି ଦିବସର ସ୍ଲୋଗାନ୍‌ ରହିଛି ‘ ସାମାଜିକ ନ୍ୟାୟ ପାଇବା ପାଇଁ ଅସମାନତା ଦୂର କରିବା’। ଗରିବମାନେ ଅର୍ଥନୈତିକ ବିକାଶରୁ ସମାନ ଭାବେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶ- ଦେଶ ଓ ମଣିଷ -ମଣିଷଙ୍କ ଭିତରେ ଥିବା ଅସମାନତା ସାମାଜିକ ଏକତା ଦୁର୍ବଳ କରିବାରେ ଲାଗିଛି। ଏହା ସେମାନଙ୍କୁ ସେମାନଙ୍କ ଅଧିକାର ପାଇବାରେ ବାଧା ସୃଷ୍ଟି କରୁଛି ଓ ଅର୍ଥନୀତି ଉପରେ ମଧ୍ୟ ବୋଝ ପାଲଟୁଛି। ଏଣୁ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରିଲେ ଦାରିଦ୍ର୍ୟ ହଟିଯିବ। ତା’ ପାଇଁ ସମୟ ଏବେ ଉପନୀତ। ବିଶ୍ୱର ବିକାଶ ଓ ମାନବିକତାର ପ୍ରତିଷ୍ଠା ପାଇଁ ବିଶ୍ୱ ସମୁଦାୟ ଯନତ୍ବାନ୍‌ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri