ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଦାରିଦ୍ର୍ୟ ହଟାଇବ ସାମାଜିକ ନ୍ୟାୟ

ପ୍ରତିବର୍ଷ ଫେବୃୟାରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ମଣିଷ ମଣିଷ ଭିତରେ ଏପରି କି ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି। ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧାକୁ ହଟାଇ ଦେବା ଦ୍ୱାରା ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ ୨୦୦୯ରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏକ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲ୍‌ଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ୍‌,୨୦୦୮ରେ କରାଯାଇଥିତ୍ଲା। ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲ୍‌ଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।
ବିଶ୍ୱରେ ୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ଏହା ସମ୍ଭବ ହୋଇପାରିବ। ବିଶ୍ୱରେ ୫ ଜଣରେ ଜଣେ ଶ୍ରମିକ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି। ଏଣୁ ୨୦୨୦ରେ ଏହି ଦିବସର ସ୍ଲୋଗାନ୍‌ ରହିଛି ‘ ସାମାଜିକ ନ୍ୟାୟ ପାଇବା ପାଇଁ ଅସମାନତା ଦୂର କରିବା’। ଗରିବମାନେ ଅର୍ଥନୈତିକ ବିକାଶରୁ ସମାନ ଭାବେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶ- ଦେଶ ଓ ମଣିଷ -ମଣିଷଙ୍କ ଭିତରେ ଥିବା ଅସମାନତା ସାମାଜିକ ଏକତା ଦୁର୍ବଳ କରିବାରେ ଲାଗିଛି। ଏହା ସେମାନଙ୍କୁ ସେମାନଙ୍କ ଅଧିକାର ପାଇବାରେ ବାଧା ସୃଷ୍ଟି କରୁଛି ଓ ଅର୍ଥନୀତି ଉପରେ ମଧ୍ୟ ବୋଝ ପାଲଟୁଛି। ଏଣୁ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରିଲେ ଦାରିଦ୍ର୍ୟ ହଟିଯିବ। ତା’ ପାଇଁ ସମୟ ଏବେ ଉପନୀତ। ବିଶ୍ୱର ବିକାଶ ଓ ମାନବିକତାର ପ୍ରତିଷ୍ଠା ପାଇଁ ବିଶ୍ୱ ସମୁଦାୟ ଯନତ୍ବାନ୍‌ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri