ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଶ୍ୱ ଶାନ୍ତି ମହାଯଜ୍ଞ ଶୁକ୍ରବାର ଉଦଯାପିତ ହୋଇଛି l ଏହି ଯଜ୍ଞ ଗତ ୨୨ରୁ ଆରମ୍ଭ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ଦଳୀୟ ନେତୃବୃନ୍ଦଙ୍କ ସହ ଠାକୁର ଦର୍ଶନ କରିଥିଲେ। l ପରେ ଯଜ୍ଞ ପରିଚାଳନା କମିଟି ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ନଅ ଦିନ ଧରି ଚାଲିଥିବା ଏହି ବିଶ୍ୱଶାନ୍ତି ମହା ଯଜ୍ଞକୁ ପରିଚାଳନା କରିଥିବା କମିଟି ବୃନ୍ଦ ଏବେ ସହଯୋଗ କରିଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଧାୟକ ପ୍ରଶଂସା କରିଥିଲେ । ଏଥିସହ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ମଧ୍ୟ କମିଟି ପକ୍ଷରୁ କୃତଜ୍ଞତା ଜଣାଯାଇଛି । ହୁମା ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଷ୍ଠିତ ଏହି ଯଜ୍ଞରେ ପ୍ରତ୍ୟେକ ଦିନ ରାତିରେ ଅସ୍ଥାୟୀ ଆନନ୍ଦ ବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଯଜ୍ଞ ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ସମିତି ମେମ୍ବର ଧ୍ରୁବ ଚରଣ ପଲାଇ, ପରିଚାଳନା କମିଟି ସମ୍ପାଦକ ଭିକାରି ପରିଡା, କୋଷାଧକ୍ଷ ଧରମା ସାହୁ,ସନ୍ତୋଷ କୁମାର ସାହୁ, ସୁନିଲ କୁମାର ସାହୁ, ସାନ୍ତୁନୁ ପଲାଇ, ରଘୁନାଥ ସାହୁ, ଯୋଗେଶ ସାହୁ, ରାମା ରାଓ, ରଙ୍କନିଧି ପ୍ରଧାନ ପ୍ରମୁଖଙ୍କ ଭୂମିକା ଅତୁଳନୀୟ ବୋଲି ଆଲୋଚନା ହେଉଛି l ଯଜ୍ଞ ସ୍ଥଳ, ଆନନ୍ଦ ବଜାର ଓ ମିନା ବଜାର ଆଦି ସ୍ଥାନରେ ସିସିଟିଭି ଲଗାଯିବା ପାଇଁ ଆଲୋଚନା ହୋଇଥିଲା । ହଜାର ହଜାର ଭକ୍ତ ତଥା ମହିଳା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେଠାରେ ଅସ୍ଥାୟୀ ପରିସ୍ରାଗାର, ପୋଲିସ ଚୌକି ଷ୍ଟଲ ଆଦି ଖୋଲା ଯାଇଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଗ୍ରାମର ୫୦ ଯୁବ ଓ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ ।ଯଜ୍ଞରେ ୨୧ ଠାକୁରଙ୍କ ହରି ହରାତ୍ମକ ଭେଟ ବେଶ ଆକର୍ଷଣ ଥିଲା । ଶୁକ୍ରବାର ସକାଳେ ନାମ ଯଜ୍ଞ ସମ୍ପର୍ଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

