ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୫୦ସୁଦ୍ଧା ମହାସାଗରରେ ମାଛ ତୁଳନାରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ପରିମାଣ ବୃଦ୍ଧି ପାଇଥିବ ବୋଲି ଏହି ରିପୋର୍ଟ କୁହାଯାଇଛି। ‘ମିଳିତ ଭାବେ ଆମେ ସମୁଦ୍ରକୁ ସୁରକ୍ଷିତ ରଖିପାରିବା’ ଏହା ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ଶୀର୍ଷକ ରଖାଯାଇଛି। ପ୍ରଦୂଷଣ ଯୋଗୁ ମହାସାଗରରେ ଅକ୍ସିଜେନ୍‌ ପରିମାଣ କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ସାମୁଦ୍ରିକ ପ୍ରଜାତି ଉପରେ ପଡ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା ଏଠାରେ ଜମା ହେଉଥିବା ବର୍ଜ୍ୟ ପ୍ଳାଷ୍ଟିକ୍‌ ପରିମାଣ ୨ ଗୁଣା ହେବାର ଆଶଙ୍କା ରହିଛି। ୧୯୫୦ରୁ ୨୦୧୬ ମଧ୍ୟରେ ୬୬ ବର୍ଷରେ ସମୁଦ୍ରରେ ଯେଉଁ ପରିମାଣର ପ୍ଳାଷ୍ଟିକ୍‌ ଜମା ହୋଇଛି ତାହା କେବଳ ଆସନ୍ତା ୧୦ ବର୍ଷରେ ଜମା ହେବ। ଫଳରେ ଏଭଳି ବର୍ଜ୍ୟ ପଦାର୍ଥ ପରିମାଣ ୩୦ କୋଟି ଟନ୍‌ ଛୁଇଁବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ସମୁଦ୍ରରେ ୧୦ କୋଟି ୪୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ଜମା ହେବାରେ ଲାଗିଛି। ସୂଚନାଯୋଗ୍ୟ, ସଚେତନତା ସୃଷ୍ଟି ପାଇଁ ୧୯୯୨ରେ ଜାତିସଂଘରେ ବିଶ୍ୱ ମହାସାଗର ଦିବସ ପାଳନ ପାଇଁ ପ୍ରସ୍ତାବ ଆସିଥିଲା। ସେହିବର୍ଷ ଜୁନ୍‌ ୮ଠାରୁ ଏହା ପାଳିତ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri